ହରଭଙ୍ଗା ବ୍ଲକରେ ଆସନ୍ତାକାଲି ବଣ୍ଟନ ହେବ ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ

ପାଇବେ ୩୩,୬୨୮ଲୋକ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ଶୁକ୍ରବାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ କରାଯିବ ବୋଲି ଜଣାପଡିଛି । ବ୍ଲକ ପ୍ରଶାସନ ଏବଂ ପଂଚାୟତ ପକ୍ଷରୁ ସବୁ ପଞ୍ଚାୟତରେ କାର୍ଡ ବଣ୍ଟନ ପାଇଁ ସାଜସଜ୍ଜା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏଥିପାଇଁ ବ୍ଲକ କାର୍ଯ୍ୟାଳୟ ଠାରୁ ପଞ୍ଚାୟତ କାର୍ଯ୍ୟାଳୟ ସବୁ ସାଜ୍ଜସଜ୍ଜା ଆଲୋକୀ କରଣରେ ଝଲସି ଉଠୁଛି। ଶୁକ୍ରବାର ସକାଳେ ବ୍ଲକର ୨୨ପଂଚାୟତରେ ୩୩ ହଜାର୬୨୮ଟି ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯିବ ବୋଲି ସୂଚନା ମିଳିଛି । ସେଥିରୁ କୁଶଙ୍ଗରେ ସର୍ବାଧିକ ୨୮୪୧, ବାଣୀଭୁଷଣପୁର ୨୪୯୫ ,ମଥୁରା୨୪୨୯, ବାମଣ୍ଡା ୧୯୮୫, ହରଭଙ୍ଗା ୧୯୫୭, ପୁରୁଣା କଟକ ୨୨୮୧ , ସରସରା ୨୦୨୨, ତିଲେଶ୍ୱର ୨୧୧୫, ତଳଗାଁ ୧୪୪୮, ଧଳପୁର୧୫୪୨, ରାମଗଡ ୧୪୮୮, ସାମ୍ପୋଚ୧୮୧୨, ଆଡେଣିଗଡ ୧୫୫୪, ଶଙ୍କୁଲେଇ ୧୫୦୨, ଛତ୍ରଙ୍ଗ ୧୪୫୯, ବନ୍ଧାପଥର ୧୩୪୦ ଏବଂ ମହାଲ୍ଲିକପଡାରେ ୧ଟି ଲେଖାଏଁ କିଟ ବଣ୍ଟନ କରାଯିବ ବୋଲି ସୂଚନା ମିଳିଛି।ଏଥିପାଇଁ ବ୍ଲକସ୍ତରୀୟ କର୍ମଚାରୀମାନେ ରାତିଦିନ ପରିଶ୍ରମ କରୁଥିବା ଦେଖିବାକୁ ମିଳୁଛି। ସରକାରଙ୍କ ଏହି ଜନ କଲ୍ୟାଣକାରୀ ଯୋଜନାକୁ ଲୋକାଭିମୁଖୀ କରିବା ପାଇଁ ପ୍ରଶାସନ ପକ୍ଷରୁ ଆପ୍ରାଣ ଚେଷ୍ଟା ଜାରି ରହିଛି। ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ ଜିରିଆରେ ଗୋଟିଏ ଗରିବ ପରିବାରର ପ୍ରତ୍ୟେକ ସଦସ୍ୟ ବାର୍ଷିକ ୫ଲକ୍ଷ ଏବଂ ମହିଳାମାନଙ୍କୁ ୧୦ଲକ୍ଷ ଟଙ୍କାର ଚିକିତ୍ସା ସହାୟତ ମିଳିପାରିବ ବୋଲି ସୂଚନା ମିଳିଛି।

Comments are closed.