ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ

ଚୌଦ୍ୱାର : ଚୌଦ୍ୱାର ପୌପାଳିକାର ୯, ୧୭, ୧୮ ନଂ  ୱାର୍ଡରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୌରପାଳିକା ୧୭ନଂ ୱାର୍ଡ ସୁଇପର କଲୋନି ପ୍ରାଥମିକ ସ୍କୁଲ ପରିସରରେ ପୌରପାଳିକା ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ ଅତିଥି ଭାବେ ଯୋଗଦେଇ ଏହି ୱାର୍ଡର ଲୋକମାନଙ୍କୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ । ପୌର ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୌରପାଳିକାର ତପନ କୁମାର ସାହୁ, ମୁକ୍ତା ପ୍ରକଳ୍ପର ଅଭିପ୍ସା ପଟ୍ଟନାୟକ, ଲୋଚନ ସାହୁ, ୱାର୍ଡ ଅଫିସର ରଞ୍ଜନ ଦାସ ଓ ପୌରକାର୍ମଚାରୀ ଉପସ୍ଥିତ ରହି ୧୮୭ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରିଥିଲେ। ୧୭ନଂ ୱାର୍ଡ ସଭାପତି ଆଶୁତୋଷ ଦାସ, ସୁବାଷ ବାରିକ, ଗିରିଧାରୀ ଦଳାଇ,ଅଶୋକ ମହାନ୍ତି, ସ୍ମୃତି ରଞ୍ଜନ ମହାପାତ୍ର, ବୈଷ୍ଣବ ଦାସ, ମନୋଜ ପ୍ରତାପ ଦେବ, ମୁରଲୀଧର ନାୟକ, ଜେ.ତ୍ରୀନାଥ ପ୍ରମୁଖ ସହଯୋଗ କରିଥିଲେ।

Comments are closed.