ନିଜ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ଯବାନ

କାଶୀପୁର : ରାୟଗଡା ଜିଲା କାଶୀପୁରରେ ଅବସ୍ଥାପିତ ବିଏସ୍ଏଫ୍ ୬୮ ବାଟାଲିୟନ ଯବାନ ଦିଲିପ କୁମାର ମାହି ବୁଧବାର କାର୍ଯ୍ୟରତ ଥିବା ସମୟରେ ନିଜ ବନ୍ଧୁକରେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ୪ ମାସ ପୂର୍ବରୁ ସେ ବିବାହ କରିଥିଲେ। ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ବିଭାଗ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। କାଶୀପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।

Comments are closed.