୩୦୦ ଗ୍ରାମ ବ୍ରାଉନସୁଗାର୍ ଜବତ, ୨ ଗିରଫ

ବାଲେଶ୍ବର: ବାଲେଶ୍ବର ଜିଲା ଜଳେଶ୍ୱର ସହର ଉପକଣ୍ଠ ରାଜପୁରରେ ଶୁକ୍ରବାର ଚଢାଉ କରି ୩୦୦ ଗ୍ରାମ ବ୍ରାଉନସୁଗାର୍ ଜବତ କରିଛି ଜଳେଶ୍ବର ପୁଲିସ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୦ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏସଡ଼ିପିଓ ଅଙ୍କିତା କୁମ୍ଭାର, ଆଇଆଇସି ପ୍ରଜ୍ଞା ମହାନ୍ତି ସଦଳବଳେ ରାଜପୁରରେ ଚଢ଼ାଉ କରିଥିଲେ। ବ୍ରାଉନସୁଗାର୍ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇ ଜଣ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ଅନ୍ୟ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ପଚରାଉଚରା କରୁଛି ପୁଲିସ।

Comments are closed.