ଝାଡୁ ସହ ଜଡ଼ିତ ଜଣାଅଜଣା କଥା

ଘରର ଗୁରୁଜନମାନଙ୍କୁ ଅନେକ ସମୟରେ ଝାଡୁ ସହ ଜଡ଼ିତ ବିଭିନ୍ନ କଥା କହିଥିବା ଶୁଣିବାକୁ ମିଳିଥାଏ। ଝାଡୁକୁ ଓଲଟା ରଖିବା ଅଶୁଭ ବୋଲି କୁହାଯାଏ।
ଝାଡୁରେ ଗୋଡ଼ ଲଗାଇବା ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି ବୋଲି କୁହାଯାଏ। ବାସ୍ତୁ ଶାସ୍ତ୍ରରେ ଝାଡୁର ଖୁବ ମହତ୍ତ୍ୱ ରହିଛି। ଏହା ସହ ଜଡ଼ିତ କିଛି ନିୟମ ମଧ୍ୟ ରହିଛି। ଜାଣନ୍ତୁ ଏହା ବିଷୟରେ ….
ପୌରାଣିକ ମାନ୍ୟତା ଅନୁଯାୟୀ, ସନ୍ଧ୍ୟା ପରେ ଘରେ ଝାଡୁ କରିବା ଅଶୁଭ ବୋଲି କୁହାଯାଏ। ଘରର ସଦସ୍ୟ ବାହାରକୁ ଯିବା ପରେ ତୁରନ୍ତ ଘରେ ଝାଡୁ କରିବା ମଧ୍ୟ ଉଚିତ ନୁହେଁ। ୧ କିମ୍ବା୨ ଘଣ୍ଟା ପରେ ଝାଡୁ କରିପାରିବେ।
ଝାଡୁ ଉପରେ ଗୋଡ଼ ଲଗାଇବା ମଧ୍ୟ ଉଚିତ ନୁହେଁ। ଏପରି କରି ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି। ଝାଡୁକୁ ସଠିକ ନିୟମ ସହ ରଖିବା ଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି।
ଘରେ ଝାଡୁ ଓଲଟା ରଖିବା ଦ୍ୱାରା କଳହ ହୋଇଥାଏ।
ଝାଡୁକୁ ଘରେ ବାହାରେ, ଛାତ ଉପରେ ରଖିବା ଉଚିତ ନୁହେଁ।
ଝାଡୁକୁ ଘରର ଏପରି ସ୍ଥାନରେ ରଖନ୍ତୁ ଯେପରି ଏହା ସଭିଁଙ୍କ ନଜରରେ ଆସୁନଥିବ।
ଘରେ ଯଦି ଝାଡୁକୁ ଛୋଟ ଛୁଆ ହଠାତ ଧରି ଓଳାଇବାକୁ ଆରମ୍ଭ କରନ୍ତି ତେବେ ଜାଣିବେ କୌଣସି ଅତିଥି ଆପଣଙ୍କ ଘରକୁ ଆସିବେ।
ସ୍ୱପ୍ନରେ ଯଦି କେହି ନୂଆ ଝାଡୁ ଧରି ଠିଆ ହୋଇଥିବା ଦେଖିବାକୁ ମିଳେ, ଏହାକୁ ଶୁଭତ୍ୱର ପ୍ରତୀକ ବୋଲି କୁହାଯାଏ।

Comments are closed.