ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇଲା ନବରଙ୍ଗପୁର ଜିଲ୍ଲା ପ୍ରଶାସନ

ନବରଙ୍ଗପୁର: ୧୯୮୦ ମସିହା ପରେ ଟୋକିଓ ଅଲିମ୍ପିକରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ହାସଲ କରିବା ଖବର ଶୁଣି ସାରା ଦେଶରେ ଆନନ୍ଦ ଉଲ୍ଲାସର ଲହରୀ ଖେଳି ଯାଉଥିବା ସମୟରେ ସେଥିରୁ ନବରଙ୍ଗପୁର ଜିଲ୍ଲା ମଧ୍ୟ ବାଦ ପଡ଼ିନାହିଁ। ଆଜି ସକାଳୁ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ରଙ୍କ ସହିତ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ବୃନ୍ଦ ହାତରେ ଜାତୀୟ ପତାକା ସହିତ ହକି ବାଡ଼ି ଧରି ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇଥିଲେ। ଏଥିସହ ପରସ୍ପରଙ୍କୁ ମିଠା ଖୁଆଇ ଅଭିନନ୍ଦ ଜଣାଉଥିବା ଦେଖିବାକୁ ମିଳିଥିଲା। ଜିଲ୍ଲାପାଳଙ୍କ ବ୍ୟତୀତ ଏହି କାର୍ୟ୍ୟକ୍ରମରେ ଉପଜିଲ୍ଲାପାଳ, ଅଗ୍ରୱାଲ ଅକ୍ଷୟ ସୁନିଲ, ଖଣ୍ଡିୟ ବନ ଅଧିକାରୀ ମଗର ଧନଜି ରାଓସ, ଜିଲ୍ଲା କ୍ରୀଡା ଅଧିକାରୀ ମହେନ୍ଦ୍ର କୁମାର ସାହୁ, ସମସ୍ତ ଡେପୁଟି ଜିଲ୍ଲାପାଳ, ସମସ୍ତ ସହାୟକ ଜିଲ୍ଲାପାଳ, ଜିଲ୍ଲା ସୂଚନା ଅଧିକାରୀ, ବିଶ୍ୱ ରଞ୍ଜନ ଭୁକ୍ତା, ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁଙ୍କ ସହିତ ଜିଲ୍ଲା କାର୍ୟ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ଯୋଗ ଦେଇଥିଲେ।

Comments are closed.