ବ୍ରିଟେନ ପ୍ରଧାନମନ୍ତ୍ରୀ କରୋନା ପଜିଟିଭ

ଲଣ୍ଡନ : ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି। ତାଙ୍କ ଶରୀରର ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବା ସହ କାଶ ହେଉଥିବା ଜଣାପଡିଛି। ତେବେ ତାଙ୍କ ଶରୀରରେ କରୋନା ଭୂତାଣୁ ସଂକ୍ରମଣର ମାତ୍ର ବହୁତ କମ୍ ଥିବା ଜଣା ପଡିଛି। ଏବେ ସେ ଆଇସୋଲେସନରେ ଅଛନ୍ତି । ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ତେବେ ସେ ଆଇସୋଲେସନରେ ରହିବା ସହିତ ସମସ୍ତ ସରକାରୀ କାର୍ଯ୍ୟ କରିବେ ବୋଲି କହିଛନ୍ତି । ସଂପ୍ରତି କୋବିଡ-୧୯ ଜନିତ ପରିସ୍ଥିତିର ମୁକାବିଲା ଦିଗରେ ମଧ୍ୟ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ସେ ସମସ୍ତ ସରାକରୀ କାର୍ଯ୍ୟ କରିବେ ବୋଲି ସ୍ପଷ୍ଟ କରିଛନ୍ତି।

Comments are closed.