କରୋନା ନୂଆ ପ୍ରଭାବ ଜନିତ ପ୍ରତିବନ୍ଧକ ପରେ ଭାରତ-ବ୍ରିଟେନ୍ ବିମାନ ସେବା ଆଜିଠାରୁ ଆରମ୍ଭ

ଡିସେମ୍ବର ଶେଷ ସପ୍ତାହରୁ ଭାରତ ଓ ବ୍ରିଟେନ୍ ମଧ୍ୟରେ ବନ୍ଦ ହୋଇଥିବା ବିମାନ ସେବା ଆଜିଠାରୁ ପୁନର୍ବାର ଆରମ୍ଭ ହୋଇଛି। ବ୍ରିଟେନରେ କରୋନାର ନୂଆ ଧାରା ବ୍ୟାପିବା ପରେ ସେଠାକୁ ସମସ୍ତ ବିମାନ ଚଳାଚଳକୁ ବନ୍ଦ ରଖାଯାଇଥିଲା। ଆଜି ବ୍ରିଟେନ୍ରୁ ଆସିଥିବା ବିମାନରେ ୨୫୬ ଜଣ ଯାତ୍ରୀ ଆସି ନୂଆଦିଲ୍ଲୀରେ ଅବତରଣ କରିଛନ୍ତି।
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଭାରତ ଓ ବ୍ରିଟେନ୍ ମଧ୍ୟରେ ସପ୍ତାହରେ ୩୦ଟି ବିମାନ ଚଳାଚଳ କରିବ। ଦିଲ୍ଲୀରେ ଆସି ପହଞ୍ଚିଥିବା ଯାତ୍ରୀମାନଙ୍କର ଆବଶ୍ୟକ କୋଭିଡ୍ ୧୯ ପରୀକ୍ଷା କରାଯାଉଛି।