ମାନସିକ ଚାପକୁ କମ୍ କରେ ସକାଳ ଜଳଖିଆ

ସୁନ୍ଦରୀ କରୀନା କପୁର ଖାନ୍‌ଙ୍କ ଖାଦ୍ୟ ବିଶେଷଜ୍ଞ ଭାବେ ରୁଜୁତା ଦିୱେକର୍‌ଙ୍କ ଲୋକପ୍ରିୟତା ଏବେ ଶୀର୍ଷରେ ଅଛି। ସୋସିଆଲ ସାଇଟ୍ ଜରିଆରେ ସେ ସମସ୍ତ ବର୍ଗର ଲୋକଙ୍କୁ ବରାବର ପରାମର୍ଶ ଦେଇଥାନ୍ତି। ନିକଟରେ ସେ ସକାଳ ଜଳଖିଆର ଆବଶ୍ୟକତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି।
– ସକାଳବେଳାର ପ୍ରଥମ ଭୋଜନକୁ ରାଜାଙ୍କ ପରି କରିବା ଉଚିତ। କାରଣ ପୂରାଦିନ ଏହି ଖାଦ୍ୟ ହିଁ ଆମ ଶରୀରକୁ ଶକ୍ତି ଯୋଗାଇଥାଏ। ଭିଟାମିନ୍ସ ଓ ମିନେରାଲ୍ସ ଭରପୂର ଜଳଖିଆ ସମସ୍ତ ବର୍ଗର ଲୋକ କରିବା ଜରୁରୀ।
– ପରଟା, ଉପମା, ଚୁଡ଼ା ସନ୍ତୁଳା, ଇଡ୍‌୍ଲି, ଦୋସା ଇତ୍ୟାଦି ଜଳଖିଆ ଭାବେ ଖାଇପାରିବେ। ଖାଲିପେଟରେ ଚା’ ଓ କଫି କିମ୍ବା ଫଳରସ ପିଅନ୍ତୁ ନାହିଁ। ଏହା କାରଣରୁ ଅମ୍ଳ ହେବାର ଭୟ ଥାଏ। ପେଟପୂରା ଜଳଖିଆ ଖାଇବା ପରେ ଆପଣ ଏହି ପାନୀୟ ପିଇପାରିବେ।
– ସକାଳ ଜଳଖିଆ କଲେ ଦିନମାନ ମୁଣ୍ଡବିନ୍ଧା ସମସ୍ୟା ମଧ୍ୟ ହୁଏନାହିଁ। ଯେଉଁଦିନ ଜଳଖିଆରେ ବିଳମ୍ବ କିମ୍ବା କୌଣସି କାରଣରୁ ଆମେ କରିପାରିନଥାଉ, ସେହିଦିନ ହିଁ ବିଭିନ୍ନ ପ୍ରକାର ଶାରୀରିକ ଅସୁସ୍ଥତା ଅନୁଭୂତ ହେଉଥିବାର ଅନେକ ସର୍ବେକ୍ଷଣରେ ପ୍ରକାଶ କରିଛନ୍ତି।
– ଜଳଖିଆ ପେଟପୂରା କଲେ ଆମ ସ୍ମୃତିଶକ୍ତି ମଧ୍ୟ ବୃଦ୍ଧି ହୁଏ। ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିଲେ, ଏଇ ଅଭ୍ୟାସ ପାଳନ କରିବା ଉଚିତ ବୋଲି ରୁଜୁତା କହିଛନ୍ତି।
– କରୀନା ଦୈନିକ ସକାଳ ଜଳଖିଆରେ ଘିଅ ପରଟା ଖାଇଥାନ୍ତି। ଏହା ସତ୍ତ୍ବେ ସେ ନିଜକୁ ଫିଟ୍ ରଖିଛନ୍ତି। କାରଣ ଯୋଗ, ପ୍ରାଣାୟମର ଅଭ୍ୟାସ ମଧ୍ୟ ସେ ନିୟମିତ କରିବାରେ ଆଦୌ ହେଳା କରନ୍ତି ନାହିଁ।

Comments are closed.