ପାଉଁରୁଟି ଆଳୁ ଟିକ୍କୀ

ଆଳୁ – ୪ଟି ( ସିଝାହୋଇଥିବା )
ପାଉଁରୁଟି – ୬ ଖଣ୍ଡ
ଲୁଣ – ଆବଶ୍ୟକ ପରିମାଣରେ
ପିଆଜ – ୧ଟି ( କଟା ହୋଇଥିବା)
ଧନିଆପତ୍ର – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଗରମ ମସଲା – ଅଳ୍ପ
ଲେମ୍ବୁ ରସ – ୧ ଚାମଚ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ଆଳୁ, ପାଉଁରୁଟି, ପିଆଜ, ଲୁଣ, ଲଙ୍କା ଗୁଣ୍ଡ, ଗରମ ମସଲା, ଲେମ୍ବୁ ରସ ଧନିଆ ପତ୍ରକୁ ଭଲ ଭାବେ ଚକଟି ଦିଅନ୍ତୁ। ଏହାପରେ ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ରଖିଥିବା ମିଶ୍ରଣରୁ ହାତରେ ନେଇ ଟିକେ ଚେପଟା ଆକୃତିର କରି ଛାଣନ୍ତୁ। ପ୍ରସ୍ତୁତ ହୋଇଗଲା ପାଉଁରୁଟି ଆଳୁ ଟିକ୍କୀ।

Comments are closed.