MEllora 950×100

କୋର୍ଟ ଭିତରେ ବିଚାରପତିଙ୍କୁ ଆକ୍ରମଣ ଉଦ୍ୟମ

ବ୍ରହ୍ମପୁର: ବ୍ରହ୍ମପୁର ଏଡିଜେଏମ ପ୍ରଜ୍ଞା ପରମିତା ପତିହାରୀଙ୍କୁ କୋର୍ଟ ଭିତରେ ଆକ୍ରମଣ ଉଦ୍ୟମ ହୋଇଛି । ଜଣେ ବ୍ୟକ୍ତି ହାତରେ ଏକ ଛୁରୀ ଧରି କୋର୍ଟ ରୁମକୁ ପଶି ବିଚାରପତିଙ୍କୁ ଆକ୍ରମଣ ଉଦ୍ୟମ କରୁଥିବା ବେଳେ ସେଠାରେ ଉପସ୍ଥିତ ଓକିଲ ତାଙ୍କୁ କାବୁ କରିଥିଲେ । ଏହା ପରେ ପୁଲିସ ସଂପୃକ୍ତ ଅଭିଯକ୍ତଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି । ତାଙ୍କ ନିକଟରୁ ଏକ ଛୁରୀ ଜବତ ହୋଇଛି । ଖବର ପାଇ ଜିଲ୍ଲା ଜଜ, ବ୍ରହ୍ମପୁର ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ଆକ୍ରମଣକାରୀଙ୍କ ଏସଡିଜେଏମ କୋର୍ଟରେ ପୂର୍ବରୁ ମାମଲା ରହିଛି । ତେବେ ସେ କେଉଁ କାରଣରୁ ଆକ୍ରମଣ ଉଦ୍ୟମ କଲେ ତାହା ସ୍ପଷ୍ଟ ହୋଇପାରିନି ।

Comments are closed.