ଅଧା ବାଟରେ ଅଟକିଲା ଆମ୍ବୁଲାନ୍ସ, ବାଇକରେ ୬ କିମି ବୁହା ହେଲେ ଅସୁସ୍ଥ ବୃଦ୍ଧ

ବ୍ରଜରାଜନଗର: ଖଣି ଖଦାନ ଭରପୁର ବ୍ରଜରାଜନଗରରେ  ଦୁର୍ଗମ ଅଞ୍ଚଳର ଦୁଃଖ ଦେଖିବାକୁ ମିଳିଛି। ଓପିଜିସି-ମନୋହରପୁର ରେଳ ଲାଇନର ତ୍ରୁଟିପୂର୍ଣ୍ଣ ଜଳ ନିଷ୍କାସନ ବ୍ୟବସ୍ଥା ଯୋଗୁଁ ରାଣୀବନ୍ଧରୁ ବଡ଼ଯୋବକୁ ସଂଯୋଗ କରୁଥିବା ରାସ୍ତାର ମରଣଯନ୍ତା ପାଳିଟିଛି।ବର୍ଷା ଜଳ ରେଳ ଲାଇନର ପୋଲ ଗୁଡିକରୁ ଠିକ ଭାବେ ନିଷ୍କାସନ ହୋଇ ନ ପାରି ରେଳ ଅଣ୍ଡର ବ୍ରିଜ ଦେଇ ପ୍ରଖର ସ୍ରୋତରେ ଦୀର୍ଘ ୨ ବର୍ଷ ରୁ ଅଧିକ ସମୟ ଧରି ପ୍ରବାହିତ ହେଉ ଥିବାରୁ ପୁଟୁରା ଡେରା ନାଳ ନିକଟରେ ରାସ୍ତା ବିପର୍ୟ୍ୟସ୍ତ ହୋଇ ପଡିଛି।

ଏଭଳି ପରିସ୍ଥିତିରେ ଶୁକ୍ରବାର ବଡ଼ ଯୋବ ଜଙ୍ଗଲରେ ଅଚେତ ହୋଇ ପଡ଼ିଥିବା ଜଣେ ଅସୁସ୍ଥ ୮୦ ବର୍ଷୀୟ ବୃଦ୍ଧକୁ ଆଣିବା ପାଇଁ ଆମ୍ବୁଲାନ୍ସ ଯାଇ ପାରିଲା ନାହିଁ। ଶେଷରେ ଗୌଡ଼ମାଲ ସରପଞ୍ଚଙ୍କ ଉଦ୍ୟମରେ ୬ କିମି ବୃଦ୍ଧଙ୍କୁ ବାଇକରେ ବୁହା ହୋଇ ଅଣାଯାଇ ଥିଲା ଓ ପରେ ଆମ୍ବୁଲାନ୍ସରେ ଡାକ୍ତରଖାନା ପାଠ ଯାଇଥିଲା। ହେଲେ ଏ ପର୍ୟ୍ୟନ୍ତ ବୃଦ୍ଧ ଜଣକର ପରିଚୟ ମିଳି ପାରି ନାହିଁ।

Comments are closed.