ଛୁରା ମାଡ଼ରେ ଯୁବକ ମୃତ

ବ୍ରଜରାଜନଗର : ଓରିଏଣ୍ଟ ଥାନା ଅନ୍ତର୍ଗତ ଆଦର୍ଶ ନଗର ଅଞ୍ଚଳରେ ଆଜି ସନ୍ଧ୍ୟାରେ ଏକ ଛୁରା ମାଡରେ ବୀରବଲ ପାଣ୍ଡେ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଛୁରାମଡ଼ ପରେ ବୀରବଲଙ୍କୁ ପ୍ରଥମେ ମଣ୍ଡଳିଆ କେନ୍ଦ୍ରୀୟ ଚିକିତ୍ସାଳୟ ନିଆ ଯାଇଥିଲା। ତେବେ ବେକ କଟିଥିବା ହେତୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର କରାଯାଇ ଥିବା ଓରିଏଣ୍ଟ ଆଇଆଇସି ବୈକୁଣ୍ଠ ସେଠ ସୂଚନା ଦେଇଛନ୍ତି। ହେଲେ ବୁର୍ବୀଲା ନେବା ବେଳେ ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ କିଏ ଓ କ’ଣ ପାଇଁ ଆକ୍ରମଣ କରିଛି ତାହା ଏ ପଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Comments are closed.