ମହଙ୍ଗା ପଡିଲା ଘରୋଇ ଗାଡି ଡ୍ରାଇଭରଙ୍କ ପୁଲିସଗିରି : ଥାନାରେ ମାମଲା ରୁଜୁ

ବ୍ରଜରାଜନଗର : ପୁଲିସ ସାମ୍ନାରେ ଅଣ ପୁଲିସର ପୁଲିସଗିରି । ଝାରସୁଗୁଡା ଜିଲା ବ୍ରଜରାଜନଗରେ ଦେଖିବାକୁ ମିଳିଥିଲା ଏହିଭଳି ଘଟଣା। ଜିଲାରେ ଗତକାଲି ଠାରୁ ସାପ୍ତାହିକି ଦୁଇ ଦିନିଆ ସଟଡାଉନ ଆରମ୍ଭ ହୋଇଥିଲା । ଏହି ସମୟରେ ଗତକାଲି ସଟଡାଉନ ନିୟମ ଉଲଙ୍ଘନ ଅଭିଯୋଗରେ ଜଣେ ଯୁବକକୁ ସର୍ବ ସମ୍ମୁଖରେ ଉଠ ବସ କରାଯାଇଥିଲା । ସମସ୍ତ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଜଣେ ଅଣ ପୁଲିସ ଦଣ୍ଡ ଦେଉଥିଲେ। ଦଣ୍ଡ ଦେଉଥିବା ବାବୁ ଜଣକ ହେଲେ ଯୋଶୀ ତାଣ୍ଡି ଯିଏକି ବ୍ରଜରାଜନଗର ଥାନାର ଗାଡି ଚଲାଉଥିବା ଜଣେ ଘରୋଇ ଡ୍ରାଇଭର। ତେବେ  ଅଣ ପୁଲିସ ଜଣକ ହେଲେ । ଉକ୍ତ ବ୍ୟକ୍ତି ଜଣକ ହାତରେ ଲମ୍ବା ଠେଙ୍ଗା ଧରି ଯୁବକକୁ ମାରିବାକୁ ଉଦ୍ୟମ କରିବା ସହ ଗାଳି ଗୁଲଜ କରି କାନ ଧରି ଉଠ ବସ କରାଉଥିବା ଭିଡିଓରେ ଦେଖିବାକୁ ମିଳିଥିଲା। ତାହାପୁଣି ପୁଲିସର ସବୁ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ। ପୁଲିସ ଉପସ୍ଥିତିରେ ଜଣେ ଅଣ ପୁଲିସଙ୍କୁ ଦଣ୍ଡ ଦେବାକୁ କିଏ ଅଧିକାର ଦେଲା ବୋଲି ବ୍ରଜରାଜନଗର ଅଞ୍ଚଳର ଲୋକେ ପ୍ରଶ୍ନ ଉଠାଇଥିଲେ।


ଏହାପରେ ଆଜି  ଏହି ଘଟଣାକୁ ନେଇ ବ୍ରଜରାଜନଗର ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଜେ ଝାରସୁଗୁଡା ଏସପି ଉକ୍ତ ଡ୍ରାଇଭରଙ୍କୁ କାର୍ଯ୍ୟରୁ ବାହାର କରିବା ପାଇଁ ଏମସିଏଲକୁ ଚିଠି ଲେଖିଥିବା ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି।

Comments are closed.