ପୁଲିସ ସାମ୍ନାରେ ଅଣ ପୁଲିସର ପୁଲିସଗିରି

ବ୍ରଜରାଜନଗର : ପୁଲିସ ସାମ୍ନାରେ ଅଣ ପୁଲିସର ପୁଲିସଗିରି । ଝାରସୁଗୁଡା ଜିଲା ବ୍ରଜରାଜନଗରେ ଦେଖିବାକୁ ମିଳିଛି ଏହିଭଳି ଘଟଣା। ଜିଲାରେ ଆଜିଠାରୁ ସାପ୍ତାହିକି ଦୁଇ ଦିନିଆ ସଟଡାଉନ ଆରମ୍ଭ ହୋଇଛି। ସଟଡାଉନ ନିୟମ ଉଲଙ୍ଘନ ଅଭିଯୋଗରେ ଜଣେ ଯୁବକକୁ ସର୍ବ ସମ୍ମୁଖରେ ଉଠ ବସ କରାଯାଇଛି । ସମସ୍ତ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଜଣେ ଅଣ ପୁଲିସ ଦଣ୍ଡ ଦେଉଥିଲେ। ଅଣ ପୁଲିସ ଜଣକ ହେଲେ ଯୋଶୀ ତାଣ୍ଡି। ଉକ୍ତ ବ୍ୟକ୍ତି ଜଣକ ହାତରେ ଲମ୍ବା ଠେଙ୍ଗା ଧରି ଯୁବକକୁ ମାରିବାକୁ ଉଦ୍ୟମ କରିବା ସହ ଗାଳି ଗୁଲଜ କରି କାନ ଧରି ଉଠ ବସ କରାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ତାହାପୁଣି ସବୁ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ।

ଦଣ୍ଡ ଦେଉଥିବା ବାବୁ ଜଣକ ହେଲେ ବ୍ରଜରାଜନଗର ଥାନା ଗାଡି ଚଳାଉଥିବା ଜଣେ ଘରୋଇ ଡ୍ରାଇଭର। ତାଙ୍କୁ ଦଣ୍ଡ ଦେବାକୁ କିଏ ଅଧିକାର ଦେଲା ବୋଲି ବ୍ରଜରାଜନଗର ଅଞ୍ଚଳର ଲୋକେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟ ପକ୍ଷରେ ଏହି ଭିଡ଼ିଓଟି ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ସମ୍ପର୍କରେ ତଦନ୍ତ କରାଯିବ ବୋଲି ଏସପି କହିଛନ୍ତି।

Comments are closed.