ଆଠଗଡର ବରିଷ୍ଠ ବିଜେପି ନେତା ବ୍ରଜେନ୍ଦ୍ର ରାୟ କରୋନା ଆକ୍ରାନ୍ତ

ଆଠଗଡ : ଆଠଗଡର ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟ କରୋନା ଆକ୍ରାନ୍ତ ହୋଇଥିବା ନିଜେ ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରକାଶ କରିଛନ୍ତି। ଗତ ନିର୍ବାଚନରେ ଆଠଗଡର ବିଜେପି ଦଳୀୟ ପାର୍ଥୀ ହୋଇଥିବା ଶ୍ରୀ ରାୟ ନିଜର ସ୍ୱାବ ପରୀକ୍ଷା ପରେ କରୋନା ଆକ୍ରାନ୍ତ ହୋଇଥିବା ଜାଣି ନିର୍ବାଚନ ମଣ୍ଡଳିରେ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି। ନିଜେ ସଙ୍ଗରୋଧରେ ରହି ଚିକିତ୍ସାଧିନ ଥିବାବେଳେ ବିଗତ ୧୦ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ପୃଥକବାସରେ ରହିବା ସହିତ ନିଜର ସ୍ୱାବ୍‍ ପରୀକ୍ଷା କରାଇବା ପାଇଁ ଶ୍ରୀ ରାୟ ଅନୁରୋଧ କରିଛନ୍ତି।

Comments are closed.