ମସ୍ତିଷ୍କ ବିକାଶ ନିମନ୍ତେ ପରିବାର ଆବଶ୍ୟକତା

-ଫାଷ୍ଟଫୁଡ୍, ଜଙ୍କ୍‌ ଫୁଡ୍ ଓ ପ୍ୟାକେଟ୍‌ ଖାଦ୍ୟର ବିକ୍ରି ଏବେ ବହୁଳ ପରିମାଣରେ ବଢ଼ି ଚାଲିଛି। ପିଲାଠାରୁ ବୟସ୍କ ସମସ୍ତଙ୍କର ଏସବୁ ଖାଦ୍ୟ ପ୍ରିୟ। ନିକଟରେ ଗବେଷକଦଳ ପ୍ରକାଶ କରିଛନ୍ତି ଯେ ଯଦି ପିଲାମାନେ ଏହି ପାଟି ସୁଆଦିଆ ଖାଦ୍ୟ ଲୋଭରେ ପନିପରିବା ଓ ଫଳମୂଳ ଖାଉନାହାନ୍ତି, ତାହା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଖୁବ୍ ହାନିକାରକ। ୮-୨୪ ବର୍ଷ ବୟସର ୧୫୦୦ଜଣଙ୍କୁ ସାମିଲ କରାଯାଇ ଗବେଷଣା ଆରମ୍ଭ ହୋଇଥିଲା। ଆମ ଶରୀରରେ ଲୌହର ପରିମାଣ କମ୍ ରହିଲେ, ତାହାର ସବୁଠୁ ଅଧିକ କୁ-ପ୍ରଭାବ ମସ୍ତିଷ୍କ ଉପରେ ପଡ଼େ। ମସ୍ତିଷ୍କରେ ଥିବା କୋଷିକାଗୁଡ଼ିକ କାମ କରିବା ନିମନ୍ତେ ଲୌହର ଆବଶ୍ୟକତା ଅଧିକ। ପିଲାଏ ପନିପରିବା ପ୍ରସ୍ତୁତ ବ୍ୟଞ୍ଜନ ଖାଇବାକୁ ରାଜି ନ ହେଲେ ମଧ୍ୟ ସେମାନଙ୍କୁ ବୁଝାଇସୁଝାଇ ଖୁଆନ୍ତୁ। ପାଳଙ୍ଗ, ସବୁଜ ମଟର, ବିନ୍ସ, ବ୍ରୋକୋଲି, ବିଭିନ୍ନ ପ୍ରକାରର ଡାଲି ନିଜ ଡାଏଟ୍‌ ତାଲିକାରେ ସାମିଲ କରନ୍ତୁ। ଲୌହର ଅଭାବ ହେଲେ ପିଲାଙ୍କ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦିଏ। ଯେପରି: ଥକା ଲାଗିବା, ମୁଣ୍ଡ ବିନ୍ଧିବା ଇତ୍ୟାଦି। ଛୋଟ ପିଲାଙ୍କୁ ପ୍ରତ୍ୟହ ୮ ମିଲିଗ୍ରାମ୍ ଲୌହର ଆବଶ୍ୟକତା ହେଉଥିବାବେଳେ କିଶୋରଙ୍କୁ ୧୧ମିଲିଗ୍ରାମ୍ ଲୌହର ଆବଶ୍ୟକତା ପଡ଼ୁଥିବାର ବିଶେଷଜ୍ଞଙ୍କ ମତ।

Comments are closed.