ମସ୍ତିଷ୍କ ଆଘାତର କାରଣ

-ବିଶେଷଜ୍ଞଙ୍କ ମତରେ କୋଲେଷ୍ଟୋରଲ୍‌ ସ୍ତର କମ୍ କିମ୍ବା ନିୟନ୍ତ୍ରିତ ରହିଲେ, ହୃଦ୍‌ରୋଗ ହେବାର ଆଶଙ୍କା କମ୍ ଥାଏ। ଏଣୁ ଅଧିକାଂଶ ଲୋକ ଏବେ ନିଜ ଖାଦ୍ୟପାନୀୟ ବାବଦରେ ଖୁବ୍ ସତର୍କତା ଅବଲମ୍ବନ କରୁଥିବାର ଦେଖାଯାଉଛି। ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ କୋଲେଷ୍ଟୋରଲ୍ ଅଧିକ କମ୍ ହେଲେ, ମସ୍ତିଷ୍କ ଆଘାତ ହେବାର ଆଶଙ୍କା ସର୍ବାଧିକ। ଦିନକୁଦିନ ହୃଦ୍‌ରୋଗୀଙ୍କ ସଂଖ୍ୟ​। ବିଶ୍ବସ୍ତରରେ ବଢ଼ିବାରେ ଲାଗିଛି। ବିଶେଷଜ୍ଞଙ୍କ ପରାମର୍ଶରେ ହିଁ ଔଷଧ ଖାଇବା ସହ ନିୟମିତ ପରୀକ୍ଷା କରାଇନେବା ଭଲ। ଆମେରିକୀୟ ଗବେଷକ ୯୬,୦୪୩ ଲୋକଙ୍କୁ ସାମିଲ କରି ଏକ ଗବେଷଣା ଆରମ୍ଭ କରିଥିଲେ। ହୃଦ୍‌ରୋଗରେ ଆକ୍ରାନ୍ତ ଏହି ରୋଗୀମାନଙ୍କୁ ଖାଦ୍ୟପାନୀୟ ଡାଏର୍ଟ ଚାର୍ଟ(ଖାଦ୍ୟ ତାଲିକା) ଅନୁସାରେ ଦିଆଯିବା ସହ ଔଷଧ ବାବଦରେ ମଧ୍ୟ କଡ଼ାକଡ଼ି ରଖାଗଲା। ୪୧% ଲୋକଙ୍କର କୋଲେଷ୍ଟାରଲ୍‌ ସ୍ତର ଅଧିକ କମ୍ ହୋଇଯିବା କାରଣରୁ ପରବର୍ତ୍ତୀ ସମୟରେ ସେମାନେ ମସ୍ତିଷ୍କ ଆଘାତରେ ଆକ୍ରାନ୍ତ ହେଲେ। ବିଶେଷଜ୍ଞଙ୍କ ମତରେ ମସ୍ତିଷ୍କକୁ ଠିକ୍ ଭାବରେ ରକ୍ତ ସଞ୍ଚାଳନ ନ ହେବାରୁ ଏହି ଅସୁବିଧା ଉପୁଜିଲା। ହୃଦ୍‌ରୋଗୀଙ୍କ ନିମନ୍ତେ ହେଉଥିବା ପରୀକ୍ଷାରେ ଏଲଡିଏଲ୍ କୋଲେଷ୍ଟୋରଲ୍‌ ସ୍ତର ୭୦-୯୯ମିଲିଗ୍ରାମ୍ ପ୍ରତି ଡିଏଲ୍ ଥିଲେ, ମସ୍ତିଷ୍କ ଆଘାତ ହେବାର ଆଶଙ୍କା ଅଧିକ। ଯେଉଁ ରୋଗୀଙ୍କର ଏଲଡିଏଲ୍‌ ସ୍ତର ୭୦ରୁ କମ୍ ହୋଇଥାଏ, ସେମାନଙ୍କର ଅଧିକ ଜଟିଳ ପରିସ୍ଥିତି ହେଉଥିବାର ଗବେଷକ ଦଳ ପ୍ରକାଶ କରିଛନ୍ତି।

Comments are closed.