‘ବ୍ରହ୍ମୋସ’ର ବ୍ୟାବହାରିକ ପରୀକ୍ଷଣ

ବାଲେଶ୍ଵର: ମଧ୍ୟମ ଦୂରଗାମୀ ସୁପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’ର ବ୍ୟାବହାରିକ ପରୀକ୍ଷଣ ହୋଇଯାଇଛି। ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ମଙ୍ଗଳବାର ସକାଳ ପ୍ରାୟ ୮ଟା ୪୫ରେ ଏହି ପରୀକ୍ଷଣ କରାଯାଇଥିଲା। ବ୍ରହ୍ମୋସର ଲକ୍ଷ୍ୟଭେଦ ଦୂରତା ୨୯୦ କିଲୋମିଟର ହୋଇଥିବାବେଳେ ଏହାକୁ ୪୦୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି କ୍ଷେପଣାସ୍ତ୍ର ୨୦୦ କିଲୋଗ୍ରାମ ଓଜନର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ସୂଚନାଯୋଗ୍ୟ, ଏହି କ୍ଷେପଣାସ୍ତ୍ରକୁ ଭାରତ ଏବଂ ରୁଷର ମିଳିତ ସହଯୋଗରେ ନିର୍ମାଣ କରାଯାଇଛି। ଏହାର ଲମ୍ବ ୮.୪ ମିଟର ଏବଂ ଓସାର ୦.୬ ମିଟର ରହିଛି। ବୁଡ଼ାଜାହାଜ, ଜାହାଜ, ଯୁଦ୍ଧ ବିମାନ ଏବଂ ସ୍ଥଳଭାଗରୁ ଶତ୍ରୁପକ୍ଷ ଉପରେ ଏହାକୁ ନିକ୍ଷେପ କରାଯାଇପାରିବ।

Comments are closed.