ଘୋଷଣା ହେଲା ‘ବ୍ରହ୍ମାସ୍ତ୍ର’ର ମୁକ୍ତିଲାଭ ତାରିଖ

ମୁମ୍ବଇ: ରଣବୀର କପୁର, ଆଲିୟା ଭଟ୍ଟ ଓ ଅଭିତାଭ ବଚ୍ଚନଙ୍କ ଅଭିନୀତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ର ମୁକ୍ତିଲାଭ ତାରିଖ ରବିବାର ଘୋଷଣା କରାଯାଇଛି। ଚଳଚ୍ଚିତ୍ର ୪ ଡିସେମ୍ବର, ୨୦୨୦ରେ ପରଦାକୁ ଆସିବ। ଆଲିୟା ଏକ ଭିଡିଓ ଜରିଆରେ ଏହି ସୂଚନା ଦେଇଛନ୍ତି।

ଭିଡିଓରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅୟାନ ମୁଖାର୍ଜୀଙ୍କ ସହ ଅମିତାଭ ବଚ୍ଚନ ଓ ରଣବୀର କପୁର ବସିଥିବା ଦେଖିବାକୁ ମିଳିଛି। ଏହା ସହିତ ଆଲିୟା ଭିଡିଓ କରୁଛନ୍ତି। ସୂଚନାଯୋଗ୍ୟ, କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ ‘ବ୍ରହ୍ମାସ୍ତ୍ର’ର ପ୍ରଯୋଜନା ଭାର ବହନ କରିଛି।

Comments are closed.