ବ୍ରହ୍ମପୁରର ୨ ଜୁଏଲର୍ସ ଚୋରି ଘଟଣାର ପର୍ଦାଫାସ, ଛତିଶଗଡରୁ ୨ ଚୋରଙ୍କୁ ଗିରଫ କଲା ପୁଲିସ

ବ୍ରହ୍ମପୁର: ବଡବଜାର ଥାନା ଅନ୍ତର୍ଗତ ୨ ଜୁଏଲର୍ସରୁ ଦେଢ଼ କୋଟି ମୂଲ୍ୟର ସୁନା ଓ ଟଙ୍କା ଚୋରି ଘଟଣାର ପର୍ଦାଫାସ ହୋଇଛି । ପୁଲିସ ଛତିଶଗଡ଼ ରାଜ୍ୟରୁ ୨ ଚୋରକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୨ ଲକ୍ଷ ଟଙ୍କା, ୧୬୮ ଗ୍ରାମ ସୁନା, କଟର ମେସିନ ଓ ଏକ କାର ଜବତ କରିଛି ।

ଗିରଫ ୨ ଅଭିଯୁକ୍ତ ହେଲେ ଛତିଶଗଡ କାବେରିଧାମ ଜିଲାର ଲୋକେଶ ଶ୍ରୀବସ ଓ ଦୁର୍ଗ ଜିଲାର ଏଲ. ରାଓ । ଏହି ୨ ଅଭିଯୁକ୍ତ ବ୍ରହ୍ମପୁର ଆସି ପ୍ରଥମେ ବଡବଜାର ସ୍ଥିତ ବିନୋଦ ଜୁଏଲର୍ସ ଦୋକାନର ଛାତର ଆଜବେଷ୍ଟ କାଟି ଚୋରି କରିଥିଲେ । କିଛିଦିନ ପରେ ସମାନ ଢଙ୍ଗରେ କେଶବ ଜୁଏଲର୍ସରୁ ମଧ୍ୟ ଚୋରି କରିଥିଲେ । ଏହି ୨ ବଡ ଚୋରି ଘଟଣା ପରେ ବ୍ରହ୍ମପୁର ପୁଲିସର ୨ ଟିମ ଛତିଶଗଡ଼ ଯାଇ କିଛି ଦିନ ହେବ ଡେରା ପକାଇଥିଲେ । ଆଉ ସେଠାରେ ଉଭୟଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ।

Comments are closed.