ନିର୍ମାଣଧୀନ ଡ୍ରେନରେ ପଡି ଯୁବକ ମୃତ

ବ୍ରହ୍ମପୁର: ଆଙ୍କୁଲି ରେଳ ଓଭରବ୍ରିଜ ତଳେ ନିର୍ମାଣଧୀନ ଡ୍ରେନରେ ଖସିପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକ ଜଣକ ହେଲେ ବ୍ରହ୍ମପୁର ଲାଞ୍ଜିପଲି ତୋଟା ସାହିର ପୂର୍ଣଚନ୍ଦ୍ର ସାମନ୍ତରାୟ(୩୫) । ଗତକାଲି ରାତି ୧୧ ଟା ସମୟରେ ପୂର୍ଣଚନ୍ଦ୍ର ଘରକୁ ଫେରୁଥିବା ବେଳେ ଏହି ନିର୍ମାଣଦିନ ଡ୍ରେନ ଭିତରକୁ ନିଜ ସ୍କୁଟି ସହ ଖସିପଡିଥିଲେ । ଡ୍ରେନରେ ଲୁହା ଛଡ଼ ବାହାରକୁ ବାହାରି ଥିବାରୁ ପୂର୍ଣଚନ୍ଦ୍ରଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ପଶି ଯାଇଥିଲା । କିଛି ସମୟ ପରେ ପୂର୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିଲା । ସକାଳୁ ବୈଦ୍ୟନାଥ ପୁର ଥାନା ଓ ଟ୍ରାଫିକ ଥାନା ପୁଲିସ ପହଂଚି ଲୁହା ରଡକୁ କାଟି ମୃତଦେହକୁ ଉଦ୍ଧାର କରିଥିଲେ ।

Comments are closed.