ସୁନ୍ଦରଗଡ଼ରେ ଫୁଟିଲା ବ୍ରହ୍ମକମଳ

ସୁନ୍ଦରଗଡ଼ : କରୋନା ମହାମାରୀକୁ ନେଇ ସହରବାସୀ ଏକ ପ୍ରକାର ଆତଙ୍କିତ ରହିଥିବା ବେଳେ ସ୍ଥାନୀୟ ଡେଙ୍ଗିଭାଡ଼ିରେ ବିରଳ ପୁଷ୍ପ ବ୍ରହ୍ମକମଳ ଫୁଟିବା ଘଟଣା ସହରରେ ଚର୍ଚ୍ଚା ଓ ଧାର୍ମିକ ସମାଜ ପାଇଁ ଆନନ୍ଦର ସନ୍ଦେଶ ଆଣିଦେଇଛି । ମିଳିଥିବା ସୂତ୍ରରୁ ପ୍ରକାଶ, ବ୍ରହ୍ମକମଳ ପୁଷ୍ପ କେବଳ ହିମାଳୟରେ ଦେଖାଯାଉଥିବା ବେଳେ ଏହା ଏକ ବିରଳ ପୁଷ୍ପ ଭାବେ ପରିଚିତ ମାତ୍ର ଏହି ପୁଷ୍ପକୁ ନେଇ ବହୁ ଧାର୍ମିକ କିମ୍ବଦନ୍ତୀ ରହିଥିବାରୁ ଏହାକୁ ଦର୍ଶନ କଲେ କୁଆଡ଼େ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି । ରାତିରେ ଫୁଟି ସୁଗନ୍ଧ ପ୍ରଦାନ କରିବା ପରେ ସୂର୍ଯ୍ୟ ଉଦୟ ପୂର୍ବରୁ ଏହା ମଉଳି ଯାଇଥାଏ । ଏବେ ସୁନ୍ଦରଗଡ଼ ଡେଙ୍ଗିଭାଡ଼ି ସ୍ଥିତ ବନମାଳୀ ନାଏକଙ୍କ ଘରେ ୫ଟି ପୁଷ୍ପ ଫୁଟିଥିବା ବେଳେ ପତ୍ରାପଡ଼ାର ବାସନ୍ତୀ ପଟେଲଙ୍କ ଘରେ ମଧ୍ୟ ପୁଷ୍ପ ଫୁଟିଥିବାର ସୂଚନା ମିଳିଛି ।

Comments are closed.