ଜାଣନ୍ତୁ, ବ୍ରହ୍ମ ମୁହୂର୍ତ୍ତରେ ବିଛଣା ଛାଡିବାର ଲାଭ ସମ୍ବନ୍ଧରେ ..

ଉତ୍ତମ ସ୍ବାସ୍ଥ୍ୟ ଓ ଦେବାଦେବୀଙ୍କ କୃପା ପାଇବା ପାଇଁ ପ୍ରତିଦିନ ସକାଳେ ବ୍ରହ୍ମ ମୁହୂର୍ତ୍ତରେ ବିଛଣା ତ୍ୟାଗ କରିବା ଉଚିତ। ଏପରି ମାନ୍ୟତା ପ୍ରାଚୀନ କାଳରୁ ରହି ଆସିଛି। ବ୍ରହ୍ମ ମୁହୂର୍ତ୍ତ ହେଉଛି ବ୍ରହ୍ମ ଅର୍ଥାତ ପରମ ଓ ମୁହୂର୍ତ୍ତ ଅର୍ଥାତ ଶୁଭ ସମୟ। ଶାସ୍ତ୍ର ଅନୁଯାୟୀ, ପ୍ରାତଃ ସମୟ ୪ଟାରୁ ୫.୩୦ଟାକୁ ବ୍ରହ୍ମ ମୁହୂର୍ତ୍ତ କୁହାଯାଇଛି। ଏହି ସମୟରେ ବିଛଣା ତ୍ୟାଗ କରିବା ଦ୍ବାରା ଅନେକ ଲାଭ ମିଳିଥାଏ। ତେବେ ଆସନ୍ତୁ ଜାଣିବା ସେ ସବୁ କ’ଣ ..

ବ୍ରହ୍ମ ମୁହୂର୍ତ୍ତରେ ଉଠିବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିଥାଏ। ପ୍ରାତଃ ସମୟ ୪ଟାରୁ ୫.୩୦ଟା ମଧ୍ୟରେ ବାୟୁମଣ୍ଡଳରେ ଅମ୍ଳଜାନ ଅଧିକ ମାତ୍ରାରେ ରହିଥାଏ। ସୂର୍ଯ୍ୟ ଉଦୟ ହେବାର ପରେ ଅମ୍ଳଜାନ କମ୍ ହେବାକୁ ଲାଗିଥାଏ। ଏହାସହ କାର୍ବନ ଡାଇଅକ୍ସାଇଡ ବୃଦ୍ଧି ପାଇଥାଏ। ଅମ୍ଳଜାନ ଆମର ଜୀବନ ଅଟେ। ଅମ୍ଳଜାନ ଅଧିକ ରହିବା ଦ୍ବାରା ଶରୀର ସୁସ୍ଥ ରହିଥାଏ। ତେଣୁ ପ୍ରାତଃ ସମୟରେ ବ୍ରହ୍ମ ମୁହୂର୍ତ୍ତରେ ବିଛଣା ଛାଡିବା ସ୍ବାସ୍ଥ୍ୟ ପକ୍ଷେ ଲାଭଦାୟକ ହୋଇଥାଏ।

ବ୍ରହ୍ମ ମୁହୂର୍ତ୍ତରେ ଉଠୁଥିବା ବ୍ୟକ୍ତି ସଫଳ, ସୁଖୀ ଓ ସମୃଦ୍ଧ ହୋଇଥାଏ। କାରଣ ଶୀଘ୍ର ଉଠିବା ଦ୍ବାରା ବ୍ୟକ୍ତିଙ୍କୁ ଦିନସାରା କାମ କରିବା ପାଇଁ ଯଥେଷ୍ଟ ଯୋଜନା କରିବାକୁ ସମୟ ମିଳିଥାଏ। ଏହାଦ୍ବାରା ବ୍ୟକ୍ତି ସଫଳତା ପାଇବା ସହ ଶାରୀରିକ ଓ ମାନସିକ ରୂପେ ସୁସ୍ଥ ରହିଥାଏ। ସୁସ୍ଥ ମନ ଓ ଶରୀରରେ କାମ କରିବା ଦ୍ବାରା ବ୍ୟକ୍ତିଙ୍କର ଉନ୍ନତି ହୋଇଥାଏ। ବିଦ୍ୟାର୍ଥୀମାନଙ୍କୁ ପାଠ ପଢାରେ ସଫଳତା ମିଳିଥାଏ।

Comments are closed.