ଜୁଲାଇ ୯ରୁ ବିପିୟୁଟି ଫାଇନାଲ ସେମିଷ୍ଟାର ପରୀକ୍ଷା

ଆସନ୍ତା ଜୁଲାଇ ୯ ତାରିଖରୁ ବିପିୟୁଟି ଫାଇନାଲ ସେମିଷ୍ଟାର ପରୀକ୍ଷା ହେବ । ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପରୀକ୍ଷା ୯ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଘରେ କିମ୍ବା ବିପିୟୁଟି ତାଲିକାରେ ଥିବା ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇ ପାରିବେ । ରାଜ୍ୟ ବାହାରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ କେନ୍ଦ୍ର ତାଲିକା ପ୍ରକାଶ କରାଯାଇଛି। ପରୀକ୍ଷାରେ କପି ରୋପିବା ନିମନ୍ତେ ବିପିୟୁଟି ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ ଅନ୍ ଲାଇନ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ନିଜ ଲାପଟପ୍ ବା ଡ଼େସ୍କଟପ୍ ସମ୍ମୁଖରୁ ଉଠିଲେ ତାହାକୁ ଧରିବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି ।

Tentative Schedule for Final Semester On-Line (Regular) Examination 2019-20

Comments are closed.