ଅଗ୍ନିଶମ ବିଭାଗ ଦ୍ୱାରା ଭାସିଯାଉଥିବା ଯୁବକ ଉଦ୍ଧାର

ଯାଜପୁର: ଅଗ୍ନିଶମ ବିଭାଗର ନିଷ୍ଠାପର ଉଦ୍ୟମ ଯୋଗୁଁ ଜଣେ ଯୁବକଙ୍କର ଜୀବନ ରକ୍ଷା ହୋଇପାରିଥିବାରୁ ଜିଲାପାଳ ରଂଜନ କୁମାର ଦାସ ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇଚ୍ଥନ୍ତି । ଶୁକ୍ରବାର ରସୁଲପୁର ବ୍ଳକ ଖଣ୍ଡାସ ପଂଚାୟତର କେଶପୁର ଗ୍ରାମର +୨ ରେ ପଢୁଥିବା ଚନ୍ଦନ ବେହେରା ନାମକ ଜଣେ ଚ୍ଥାତ୍ର ନଦୀରେ ଭାସି ଯାଉଥିଲେ । ଖଣ୍ଡାସ ନିକଟରେ ଏକ ଘାଇ ସୃଷ୍ଟି ହୋଇଥିବାରୁ ଅନ୍ୟ ଗ୍ରାମବାସୀଙ୍କ ସହିତ ଚନ୍ଦନଙ୍କ ପରିବାର ମଧ୍ୟ ନିରାପଦ ଆଶ୍ରୟ ସ୍ଥଳକୁ ଆସୁଥିଲେ । ତେବେ ବାବନ ବେହେରାଙ୍କ ପୁତ୍ର ଚନ୍ଦନଙ୍କର ପାଣିରେ ଗୋଡ ଖସି ଯିବାରୁ ସେ ସ୍ରୋତରେ ଭାସି ଯାଇଥିଲେ । ସୈାଭାଗ୍ୟକୁ ସେ ଗୋଟିଏ ଗଚ୍ଥରେ ଅଟକି ରହି ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ । ନଦୀରେ ପ୍ରଖର ସ୍ରୋତ ଥିବାରୁ ଓ ରାତି ହୋଇଯାଇଥିବାରୁ ଉଦ୍ଧାର କରିବା କଷ୍ଟସାଧ୍ୟ ଥିଲା । ଜିଲା ପ୍ରଶାସନ ଏହି ସୂଚନା ପାଇବା ପରେ ଜିଲାପାଳ ଶ୍ରୀ ଦାସଙ୍କ ନିର୍ଦ୍ଦେଶରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, କଳିଙ୍ଗ ନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ଯାଜପୁର ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି, ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ଓ ବିଡିଓ ଉମାକାନ୍ତ ପରିଡା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟକୁ ତ୍ୱରାନ୍ୱିତ କରିଥିଲେ । ପରେ ଅଗ୍ନିଶମ ବିଭାଗର ହାବିଲଦାର ବାବାଜୀ ଚରଣ ଦାସଙ୍କ ନେତୃତ୍ୱରେ ଅନ୍ୟାନ୍ୟ କର୍ମଚାରୀମାନଙ୍କ ଉଦ୍ୟମ କ୍ରମେ ଚନ୍ଦନଙ୍କୁ ନିରାପଦ ଭାବେ ସ୍ଥଳଭାଗକୁ ଅଣାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଅନୁଧ୍ୟାନ କରିବା ପରେ ପରିବାର ପାଖେ ତାଙ୍କୁ ପହଞ୍ଚାଯାଇଥିଲା । ଜିଲାପାଳ ଅଗ୍ନିଶମ ବିଭାଗର ଏହି ମହନୀୟ ଉଦ୍ୟମ ପାଇଁ ଗୋଟିଏ ଅମୂଲ୍ୟ ଜୀବନ ରକ୍ଷା ହୋଇପାରିଲା ବୋଲି କହିବା ସହ ଉଦ୍ଧାର କାର୍ୟ୍ୟରେ ସହଯୋଗ କରିଥିବା ପ୍ରତ୍ୟେକଙ୍କୁ କୃତଜ୍ଞତା ଜଣାଇଚ୍ଥନ୍ତି । ଅପର ପକ୍ଷରେ ମୃତ୍ୟୁ ମୁଖରୁ ଫେରି ଆସିଥିବାରୁ ଚନ୍ଦନ ତାଙ୍କୁ ଉଦ୍ଧାର କରିଥିବା ପ୍ରଶାସନ ଓ ଅଗ୍ନିଶମ ବିଭାଗକୁ କୃତଜ୍ଞତା ଜଣାଇଚ୍ଥନ୍ତି ।

Comments are closed.