ଟ୍ରାକ୍ଟର ଧକ୍କାରେ ବାଳକର ମୃତ୍ୟୁ

କଂଟାବାଞ୍ଜି: କର୍ଲାକୋଟ ଗ୍ରା.ପ. ବୋଡେନ ଥାନା ଅନ୍ତର୍ଗତ ଭରୁଆକାନି ଗ୍ରାମ ବିଜୁଲିଡୁଙ୍ଗରି ନିକଟରେ ଆଜି ସକାଳେ ପଥର ବୋଝେଇ ଟ୍ରାକ୍ଟର ଧକ୍କାରେ ଜଣେ ୮ବର୍ଷର ବାଳକ ପପୁ ନାଗର ମୃତ୍ୟୁ ହୋଇଯାଇଛି। ଟ୍ରାକ୍ଟର ଛାଡି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଗାଁ’ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିବା ବେଳେ, ଖବର ପାଇଁ ଘଟଣାସ୍ଥଳରେ ତୁରେକେଲା ଥାନା ଅଧିକାରୀ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ କର୍ଲାକୋଟ ଗ୍ରାମପଂଚାୟତ ବୋଡେନ ଥାନା ଅନ୍ତର୍ଗତ ସେମଲେଇପଦର ଗ୍ରାମର ପପୁ ନାଗ ତା’ର ଅଜା (ନିରାକାର ହଂସ) ଘରକୁ ବୁଲିବାକୁ ଆସିଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ନିକଟ ଭରୁଆକାନି ଗ୍ରାମ ବିଜୁଲିଡୁଙ୍ଗରିରୁ ପଥରକୁଆରିରୁ ଟ୍ରାକ୍ଟର ଆସୁଥିବା ବେଳେ ଭାଲୁଖାଇ ପହରି ମଣ୍ଡପ ନିକଟରେ ଏହି ନାବାଳକ ଜଣକ ପୋଖରୀରୁ ଗାଧୋଇ ଫେରୁଥିବା ବେଳେ ଦୃତଗତି ଆସୁଥିବା ଏକ ଟ୍ରାକ୍ଟର ଧକ୍କାଦେବା ଫଳରେ ବାଳକର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦ୍ଦନ୍ତ କରିଥିବା ବେଳେ ଅପରାହ୍ନରେ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଯାଇଛି। ପରିବାର ଲୋକେ ଓ ଭାଲୁକାନି ଗ୍ରାମବାସୀ ତୁରନ୍ତ ବାଳକର ପରିବାରକୁ କ୍ଷତି ପୂରଣ ଦେବା ପାଇଁ ଦୃଢଦାବୀ କରିଛନ୍ତି।

Comments are closed.