ସାପ କାମୁଡ଼ାରେ ଯୁବକ ମୃତ

ହରଭଙ୍ଗା: ବୌଦ୍ଧ ଜିଲା ପୁରୁଣାକଟକ ଥାନା ଚାରିଛକ ସ୍ଥିତ ଝାଡ୍ରାଜିଙ୍ଗ ଗ୍ରାମରେ ମଙ୍ଗଳବାର ଜଣେ ଯୁବକଙ୍କର ସାପ କାମୁଡାରେ ମୃତ୍ୟୁ ହୋଇଛି।
Related Posts
ସୂଚନା ଅନୁଯାୟୀ, ଗ୍ରାମର ବିଛନ୍ଦ ଭୋଇ(୨୨) ସୋମବାର ରାତିରେ ଘର ବାହାରେ ଶୋଇଥିବା ସମୟରେ ଏକ ବିଷଧର ସାପ ତାଙ୍କୁ କାମୁଡିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଆଜି ସକାଳୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ତାଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ହେଉଛି।