ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲା ଶିକ୍ଷା ଅଧିକାରୀ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମିତ୍ରଭାନୁ କଚ୍ଛପ ଅତାବିରା ବ୍ଲକର ବିଭିନ୍ନ ବିଦ୍ୟାଳୟ ଗୁଡ଼ିକୁ ପରିଦର୍ଶନ କରିଛନ୍ତି । ସେ ପ୍ରଥମେ ଅତାବିରା ୱାର୍ଡ ନଂ୬  ଭୋଇପୁରାରେ ନିର୍ମିତ ହେଉଥିବା ଆଦର୍ଶ ବିଦ୍ୟାଳୟକୁ ପରିଦର୍ଶନ କରି ସମସ୍ତ ତଥ୍ୟ ପଚାରିବୁଝିଥିଲେ ।  ପରେ ସେ ଲହଣ୍ଡାର ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ, କଳା ଡୁଙ୍ଗୁରି ସ୍କୁଲ୍, ଯାଙ୍ଗେଡ୍ ହାଇସ୍କୁଲ ଓ ପୁଟପୁଟ ପାଲି ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ । ପୁଟପୁଟ ପାଲି ସ୍କୁଲ୍ ସହ ଅନ୍ୟ ସମସ୍ତ ବିଦ୍ୟାଳୟ ଗୁଡିକରେ ସବୁ କିଛି ଠିକ୍ ଠାକ୍ ଭାବରେ ଚାଲିଥିବା ସେ  ପ୍ରକାଶ କରିଥିଲେ । ପୁଟ ପୁଟ ପାଲିରେ ସ୍କୁଲ୍ ଗୃହ  ଠିକ୍ ନଥିବା ବେଳେ ଦୁଇଜଣ ଶିକ୍ଷକ ପଦବୀ ମଧ୍ୟ ଖାଲି ପଡ଼ିଥିବା ସେ କହିଥିଲେ । ଏହି ସ୍କୁଲର ସମସ୍ୟା ଗୁଡ଼ିକର ସମାଧାନ ଦିଗରେ ସେ ତତ୍ପରତାର  ସହିତ  ବିଧିବଦ୍ଧ ପଦକ୍ଷେପ ନେବେ ବୋଲି କହିଛନ୍ତି । ବିଦ୍ୟାଳୟ ଗୁଡିକରେ ଶିକ୍ଷା ବ୍ୟବସ୍ଥାର ତଦାରଖ  କରିବା ପାଇଁ  ସେ ଯେଉଁ ଆକସ୍ମିକ ପରିଦର୍ଶନ କରିଥିଲେ , ପ୍ରକୃତରେ ତାହା ସ୍ଵାଗତ ଯୋଗ୍ୟ ଅଟେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଶିକ୍ଷା ଅଧିକାରୀଙ୍କ  ଏମିତି  ଆକସ୍ମିକ ପରିଦର୍ଶନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସତର୍କ କରୁଛି ନିଜ ନିଜର ଦାୟିତ୍ଵକୁ ଠିକ୍ ଭାବରେ ପାଳନ କରିବାକୁ । କର୍ତ୍ତବ୍ୟରେ ଢିଲା ନହୋଇ ଶିକ୍ଷାଦାନ ପଦ୍ଧତିକୁ ଉନ୍ନତ ମାନର କରିବା  ସହ  ଏକ ସୁନ୍ଦର ଶୈକ୍ଷିକ ପରିବେଶ ସୃଷ୍ଟି କରିବା ପାଇଁ ସେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।  ଏହି ପରିଦର୍ଶନ  ବେଳେ ସେ ଅନେକ ସ୍କୁଲରେ ଛାତ୍ରଛାତ୍ରୀ ମାନଙ୍କୁ ଅନେକ ଶିକ୍ଷଣୀୟ ଉପଦେଶ ଦେବା ସହ ତାଙ୍କୁ ପାଠ ମଧ୍ୟ ପଢ଼ାଇଥିଲେ  ଯାହା ଛାତ୍ରଛାତ୍ରୀ ମାନଙ୍କର ବେଶ ବୋଧଗମ୍ୟ ହୋଇଥିଲା । ବିଶେଷ କରି ବିଦ୍ୟାଳୟ ଗୁଡ଼ିକର ପରିବେଶ, ମଧ୍ୟାହ୍ନ ଭୋଜନ,  ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ସ୍କୁଲ୍ ଘରର ପରିସ୍ଥିତି ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିୟମିତ ଭାବରେ ବିଦ୍ୟାଳୟକୁ ଆସୁଛନ୍ତି ନାନାହିଁ ତାହା ଯାଞ୍ଚ କରିଥିଲେ ।

Comments are closed.