ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ

ବୌଦ୍ଧ: ବୌଦ୍ଧ ଜିଲାରେ ବ୍ୟାପକ ଭାବେ ଗଞ୍ଜେଇ ଚାଷ ହେଉଥିବାବେଳେ ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଜଙ୍ଗଲରେ ଲଗାତାର ଭାବରେ ଚଢାଉ କରି ନଷ୍ଟ କରାଯାଉଅଛି। ବୌଦ୍ଧ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାଏକଙ୍କ ତତ୍ୱାବଧାନରେ ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ କସୁରବନ୍ଧ ପଞ୍ଚାୟତର ବାଗଡିଆ ଅଞ୍ଚଳର ଆଭ୍ୟନ୍ତରୀଣ ଜଙ୍ଗଲରେ ଚଢାଉ କରି ୧୫ ଏକର ଜାଗାରେ ହୋଇଥିବା ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ବିଭାଗ ପକ୍ଷରୁ ୪୫ ହଜାର ଗଞ୍ଜେଇ ଗଛ କାଟି ନଷ୍ଟ କରିବା ସହ ଏକଜୁକୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ପୋଡି ଦିଆଯାଇଥିଲା। ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୁଲ୍ୟ ୪ କୋଟି ୫୦ ଲକ୍ଷ ଟଙ୍କା ହେବବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଥିବା ସୂଚନା ଦିଆଯାଇଛି। ଚଢାଉରେ ଏକଜୁଟିଭ ମାଜିଷ୍ଟ୍ରେଟ ଭାବରେ ସୁଶୀଳ କୁମାର କହଁର ଯୋଗଦେଇଥିବାବେଳେ ଅବକାରୀ ଇନିସପେକଟର ବିଜୟ କୁମାର ଧରୁଆ, ସବ ଇନିସପେକଟରେ ରମେଶ ଚନ୍ଦ୍ର ମହାନ୍ତି,ଭଗବାନ ମହାନନ୍ଦିଆ,ଏଏସଆଇ ପରମାନନ୍ଦ ଭୋଇ, ରୂପେଶ ମୁଖି , କନେଷ୍ଠବଳ ଶେଖ ଅବୁତାହାର,ନବୀନ କୁମାର ଡାଙ୍ଗ,ରାଜକିଶୋର କହଁର ପଞ୍ଚମି ବେହେରା ଓ ଅଞ୍ଜଳି ଅମାତ ସାମିଲ ଥିଲେ।

 

Comments are closed.