ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇ ବାଇକ ଚାଳକ ମୃତ

ବୌଦ୍ଧ: ବୌଦ୍ଧ ଜିଲା ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ବାଉଁଶୁଣୀ ଛକ ଡିମିରିପାଲି ବିଦ୍ୟାଳୟ ଆଗରେ ଠିଆ ହୋଇଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେଇ ଜଣେ ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ ବିଳମ୍ବିତ ରାତିରେ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ବାଉଁଶୁଣୀ ଛକ ନିକଟରେ ଟାଇଞ୍ଜନ ଗ୍ରାମର ଦୁଃଶାସନ ଭୋଇ ( ୨୨) କୌଣସି କାମରେ ବାଉଁଶୁଣୀ ଛକକୁ ଆସିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଖବର ପାଇ ବାଉଁଶୁଣୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ମୃତ ଦୁଃଶାସନର ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲା। ପୁଲିସ ଟ୍ରକ ଓ ମଟର ସାଇକେଲକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଉକ୍ତ ଅଞ୍ଚଳରେ ରାସ୍ତା ଉପରେ ବେଆଇନ ଭାବେ ଗାଡି ପାର୍କିଂ କରୁଥିବାରୁ ଏଭଳି ଦୁର୍ଘଟଣା ମାନ ବୃଦ୍ଧି ହେଉଥିବା ଅଭିଯୋଗ ହୋଇଛି।

Comments are closed.