MEllora 950×100

ନିଶା ନିବାରଣକୁ ବ୍ୟାପକ କରିବାକୁ ସର୍ବୋଦୟ ମଣ୍ଡଳର ଆହ୍ବାନ

ବୌଦ୍ଧ: ଉତ୍କଳ ସର୍ବୋଦୟ ମଣ୍ଡଳର ଏକ ବୈଠକ କେଦାର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି  । ଉକ୍ତ ବୈଠକରେ ଗାନ୍ଧିଜୀଙ୍କ ଆଦର୍ଶ ଓ ନିଶା ସଚେତନତା ଉପରେ ବକ୍ତା ମାନେ ଆଲୋକପାତ କରିଥିଲେ । ଜାତିର ଜନକ ମହାତ୍ମା ଗାନ୍ଧୀ ଆଜି ନାହାନ୍ତି ସତ ତାଙ୍କ ଆଦର୍ଶ, କର୍ମମୟ ଜୀବନର ଆବଶ୍ୟକତା ଉପଲବ୍ଧି କରାଯାଉଛି । ସେ ଜଣେ ବ୍ୟକ୍ତି ନଥିଲେ ଅନୁଷ୍ଠାନ । ସେ ଛାଡ଼ିଯାଇଥିବା ଅଧୁରା କାର୍ଯ୍ୟ ଯଥା ନିଶା ନିବାରଣ ଓ ସାମ୍ପ୍ରଦୟିକ ସଦଦ୍ଭାବକୁ ବଜାୟ ରଖିବା ପାଇଁ ଉତ୍କଳ ସର୍ବୋଦୟ ମଣ୍ଡଳର ରାଜ୍ୟ ସଂପାଦକ ରମାକାନ୍ତ ମଣ୍ଡଳ ଆହ୍ବାନ ଦେଇଥିଲେ ।

ଆଜି ବି ଓଡ଼ିଶାରେ ମଦ ରାକ୍ଷସ କବଳରେ ଯୁବ ସମ୍ପ୍ରଦାୟ ଉବୁଟୁବୁ ହେଉଛନ୍ତି । ଏହା ବିରୋଧରେ ସଂଗ୍ରାମ କରିବା ପାଇଁ ସଭାପତି ତାଙ୍କ ବକ୍ତବ୍ୟରେ ରଖିଥିଲେ । ବୈଠକରେ ବୌଦ୍ଧ ଜିଲ୍ଲା ସର୍ବୋଦୟ ମଣ୍ଡଳ ପାଇଁ ପ୍ରଶାନ୍ତି ବାରିକ ଓ ସୁଧୀର ଦୀପଙ୍କୁ ଦାୟିତ୍ଵ ଅର୍ପଣ କରାଗଲା । ପିତାମ୍ବର ମେହେର, ରୁନାରାଣୀ ପୁରୋହିତ, କୈକେୟୀ ସେଠୀ, ବିଶ୍ଵନାଥ ମିଶ୍ର, ଗିରିଶ ଚନ୍ଦ୍ର ମିଶ୍ର, ଭୋଳକ୍ଷନାଥ ମିଶ୍ର, ଭାସ୍କର ନାୟକ, ଗୋବର୍ଦ୍ଧନ କ୍ଷେତୀ ପ୍ରଭୃତି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସୁଧୀର ଦୀପ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.