ହସ୍ତଶିଳ୍ପ ସମ୍ପର୍କିତ ଜିଲାସ୍ତରୀୟ ମନିଟରିଂ କମିଟି ବୈଠକ

ବୌଦ୍ଧ :ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆଜି ହସ୍ତଶିଳ୍ପ ସମ୍ପର୍କିତ ଜିଲାସ୍ତରୀୟ ମନିଟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଛି। ହସ୍ତଶିଳ୍ପ ବିଭାଗର ଉପ ନିର୍ଦ୍ଦେଶକ ବିଷ୍ଣୁପଦ ମାରେଣ୍ଡିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲାପାଳ ନୃସିଂହ ଚରଣ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏହି ବୈଠକରେ ବୌଦ୍ଧ ଜିଲାର ହସ୍ତଶିଳ୍ପ ଓ କାରିଗର ମାନଙ୍କ ଦକ୍ଷତା ବୃଦ୍ଧି ସମ୍ପର୍କରେ ଆଲୋଚନା କରାଯିବା ସହ ଯୋଜନା ପ୍ରସ୍ତୁତ କରାଯାଇଥିଲା।  ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲାର କାରିଗର ମାନଙ୍କ ଦ୍ୱାରା ହସ୍ତଶିଳ୍ପର ଜିନିଷ ପ୍ରସ୍ତୁତ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଏହାସହ ବୌଦ୍ଧ ଜିଲାରେ ହସ୍ତଶିଳ୍ପ ବଜାର ସ୍ଥାପନା ନେଇ ଆଲୋଚନା କରାଯାଇଥିଲା। ଜିଲାର ଟେରାକୋଟା ଓ ବାଉଁଶ କାରିଗର ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ତାଲିମ ଶିବିରମାନ ଆୟୋଜନ କରିବାକୁ ଏକ ରୋଡମ୍ୟାପ ପ୍ରସ୍ତୁତ କରାଯାଇଥିଲା। ଅନୁଷ୍ଠିତ ବୈଠକରେ ଲିଡ ବ୍ୟାଙ୍କ ମେନେଜର ରବୀନ୍ଦ୍ର କୁମାର ସେଠୀ, ଓରମାସର ଶିବାଜୀ ଦାସ, ମାଷ୍ଟର ଟ୍ରେନର ବୈକୁଣ୍ଠ ବିହାରି ପୃଷ୍ଟି , ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀମାନେ ଯୋଗଦେଇଥିଲେ।

Comments are closed.