ସିରିଜ ଦୁର୍ଘଟଣା; ଭାଙ୍ଗିଲା ୮ ଗାଡି

ବୌଦ୍ଧ: ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଫଳରେ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ଲାଣ୍ଡିବନ୍ଧ ଠାରେ ୫୭ ନମ୍ବର ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୮ଟି ଗାଡି ଭାଙ୍ଗିଯାଇଥିବା ବେଳେ ଏଥିରେ କେହି ଆହତ ହୋଇନଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ପୁରୁଣାକଟକ ପଟୁ ବୌଦ୍ଧ ସହର ଆଡକୁ ଅସୁଥିବା ଏକ କାର ଭାରସାମ୍ୟ ହରାଇ ଲାଣ୍ଡିବନ୍ଧ ଠାରେ ୩ଟି ବାଇକ, ଗୋଟିଏ ସ୍କୁଟି,୨ଟି ସାଇକେଲ, ଗୋଟିଏ ଆଟୋ ଓ ଗୋଟିଏ ମିନିଟ୍ରକକୁ ଧକ୍କା ଦେଇଥିଲେ । ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଥିବା ଯୋଗୁଁ ଲୋକମାନେ ସେମାନଙ୍କ ଗାଡି ରଖି ଦୋକାନ ଓ ବାରଣ୍ଡାରେ ଛିଡା ହୋଇଥିବା ବେଳେ ଏହି ସିରିଜ ଦୁର୍ଘଟଣା ଘଟିଥିବାରୁ କୌଣସି ଜୀବନହାନୀ ଘଟିନଥିଲା । ଏହାକୁ ନେଇ ଅଂଚଳରେ ଉତ୍ତେଜନା ଦେଖାଦେଇଥିଲା । ବୌଦ୍ଧ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.