ଗେହ୍ଳାମା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ

ବୌଦ୍ଧ:  ବୌଦ୍ଧ କଚେରୀ ପଡିଆରେ ଗେହ୍ଲାମା କ୍ଲବ ପକ୍ଷରୁ ଚାଲିଥିବା ଗେହ୍ଳାମା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଦିନ ଦୁଇଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି ।  ପ୍ରଥମ ମ୍ୟାଚ୍‌  ଗିରାସିଙ୍ଗା ଓ ପରଗଲପୁର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ଟାଇବ୍ରେକର ଜରିଆରେ ୧୧-୧୦ ଗୋଲରେ ଗିରାସିଙ୍ଗା ଦଳ ବିଜୟୀ ଲାଭ କରିଥିଲେ । ସେହିପରି ଦ୍ୱିତୀୟ ଖେଳଟି ବୌଦ୍ଧ ପଞ୍ଚାୟତ କଲେଜ ଓ ତିଲେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୪-୩ ଗୋଲରେ ବୌଦ୍ଧ ପଞ୍ଚାୟତ କଲେଜ ବିଜୟୀ ଲାଭ କରିଥିଲେ । ଖେଳକୁ ରେଫରୀ ସାଗର ବେହେରା, ଅମିତ ବେହେରା, ବଳରାମ ବେହେରା, ବିକ୍ରମ ନାଏକ, ଗରୀବ ବେହେରା ପରିଚାଳନା କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ବିଭୂତି ବେହେରା, ଗରୀବ ବେହେରା ପ୍ରମୁଖ ପରିଚାଳନା କରିଥିଲେ ।

Comments are closed.