ଲୋକାର୍ପିତ ହେଲା ରାମେଶ୍ୱର ପାର୍କ; ବୌଦ୍ଧ ବସଷ୍ଟାଣ୍ଡ ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ

ବୌଦ୍ଧ: ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବୌଦ୍ଧରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଊଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବରେ  ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ ୮.୯୧ କୋଟି ଟଙ୍କା ବ୍ୟୟରେ ବୌଦ୍ଧ ବସଷ୍ଟାଣ୍ଡର ସଂପ୍ରସାରଣ ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ବୌଦ୍ଧ ଏନଏସି ପକ୍ଷରୁ ଆରମ୍ଭ କରାଯାଇଥିବା ସ୍ୱଚ୍ଛ, ସୁସ୍ଥ ଓ ସବୁଜ ବୌଦ୍ଧ ସହର ଗଠନ ଅଭିଯାନରେ ଐତିହାସିକ ରାମେଶ୍ୱର ମନ୍ଦିର ସମ୍ମୁଖରେ ନିର୍ମିତ ରାମେଶ୍ୱର ବିହାର ପାର୍କକୁ ଲୋକାର୍ପଣ କରିଥିଲେ । ଏଥିସହିତ ନୂତନ କୁଷ୍ଠାଶ୍ରମ ଶାନ୍ତିକୁଞ୍ଜ ନିର୍ମାଣ ପାଇଁ ମଧ୍ୟ ମନ୍ତ୍ରୀ ଶ୍ରୀଅମାତ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ ଆଦର୍ଶ କୃଷି ବଜାର  ପରିସରରେ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଏକ କେଫେକୁ ମଧ୍ୟ ଲୋକାର୍ପିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ,ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ,ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା,ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର ଓ ଉପଜିଲାପାଳ ସନତ କୁମାର ନାଏକ ପ୍ରମୁଖ ଯୋଗଦେଇଥିଲେ ।

Comments are closed.