ଗେହ୍ଳାମା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବୌଦ୍ଧ: ବୌଦ୍ଧ କଚେରୀ ପଡିଆରେ ଗେହ୍ଲାମା କ୍ଲବ ପକ୍ଷରୁ ଗେହ୍ଳାମା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶନିବାର ଉଦଘାଟିତ ହୋଇଯାଇଛି । ଉଦଘାଟନ ଦିବସରେ ପୂର୍ବତନ ଫୁଟବଲ ସନ୍ତୋଷ ଟ୍ରଫି ଖେଳାଳି ସତ୍ୟପ୍ରକାଶ ଦାଶ ଯୋଗଦେଇ ମ୍ୟାଚକୁ ଉଦଘାଟନ କରି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଉଦଘାଟନ ଦିବସର ପ୍ରଥମ ମ୍ୟାଚ ନୂଆସାହି ଜୁନିୟର ଓ ସରସରା ମଧ୍ୟରେ  ଅନୁଷ୍ଠିତ ହୋଇଥିଲା । ଖେଳରେ ସରସରା ଦଳ ଟାଇବ୍ରେକର ଜରିଆରେ ୫-୪ ଗୋଲରେ ବିଜୟ ଲାଭ କରିଥିଲେ । ସେହିପରି ଦ୍ୱିତୀୟ ଖେଳଟି ଜୟଭୈରବୀ କ୍ଳବ ଓ ବଲାସିଙ୍ଗା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୨-୦ ଗୋଲରେ ବଲାସିଙ୍ଗା ଦଳ ବିଜୟ ଲାଭ କରିଥିଲେ । ଖେଳକୁ ରେଫରୀ ଶେଷଦେବ ବେହେରା, ବିକ୍ରମ ନାଏକ, ଗରୀବ ବେହେରା, ଅମିତ ନାଏକ ଓ ବଳରାମ ବେହେରା ପରିଚାଳନା କରିଥିଲେ ।

Comments are closed.