ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ: ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧ ଦ୍ୱାରା ବନଦୁର୍ଗା ଜରାଶ୍ରମ, ଝାଡ୍ରାଜିଙ୍ଗ, ଚାରିଛକ ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହାକୁ ଜିଲ୍ଲାର ବରିଷ୍ଠ ଦେବାନି ବିଚାରପତି ସିତିକଣ୍ଠ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧର ସଚିବ ଚରଣଜିତ ଓରାମ, ବନଦୁର୍ଗା ଜରାଶ୍ରମର ପରିଚାଳିକା ପ୍ରତିମା ମହାପାତ୍ର ଯୋଗ ଦେଇଥିଲେ । ଏଥିରେ ବନଦୁର୍ଗା ଜରାଶ୍ରମରେ ରହୁଥିବା ବରିଷ୍ଠ ନାଗରିକମାନେ ଭାଗନେଇ ଏହାକୁ ସାଫଲ୍ୟମଣ୍ଡିତ କରିଥିଲେ । ବରିଷ୍ଠ ନାଗରିକମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ଗଠିତ ଥିବା ବିଭିନ୍ନ ଯୋଜନା  ଏବଂ ଆଇନରେ ସେମାନଙ୍କ ପାଇଁ ଥିବା ବିଭିନ୍ନ ସୁବିଧା ଉପରେ ଆଲୋକପାତ କରାଇବା ଥିଲା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।

Comments are closed.