ତୃତୀୟ ରାଜ୍ୟ ଯୋଗାସନ ଚମ୍ପିୟାନସିପ ପ୍ରତିଯୋଗିତାରେ ବୌଦ୍ଧ ଜିଲ୍ଲାର ଖେଳାଳି

ବୌଦ୍ଧ: ଭାରତ ସରକାରଙ୍କ ଯୁବ ଓ କ୍ରୀଡା ବିଭାଗ ସହାୟତାରେ ଓଡିଶା ଯୋଗାସନ ସ୍ପୋର୍ଟ୍ସ ଆସୋସିଏସନ ଆନୁକୂଲ୍ୟରେ ପୁରୀ ଘୋଡାଗାଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ତୃତୀୟ ରାଜ୍ୟ ଯୋଗାସନ ଚମ୍ପିୟାନସିପ ସେପ୍ଟେମ୍ବର ୩୦ ତାରିଖ ଠାରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି । ଗତ ତାରିଖରେ ଯୋଗ ଆସୋସିଏସନ ତରଫରୁ ବୌଦ୍ଧ ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି କୃତକାର୍ଯ୍ୟ ହୋଇଥଲେ ।

ବୌଦ୍ଧ ଜିଲ୍ଲା ଷ୍ଟାଡିୟମ ପ୍ରତିଦିନ ଯୋଗାଭ୍ୟାସ କରିଥିଲେ । ସିନିଅର ବିଭାଗରେ ସୁନିତା ଦାଶ, ଜୁନିଅର ବିଭାଗରେ ସ୍ନେହାରାଣି ମିଶ୍ର, ଶୁଚିସ୍ମିତା ବାଘ, ସବ ଜୁନିଅର ବିଭାଗରେ ଅନ୍ଵେଷା ମହାପାତ୍ର, ସଂତୃପ୍ତି ସାହୁ, ସ୍ପୋନାଶ୍ରୀ ନାଏକ, ପ୍ରିୟଙ୍କା ପ୍ରିୟଦର୍ଶିନୀ ଟ୍ରାଡିସିନାଲ ଓ ଆର୍ଟିଷ୍ଟିକ ଯୋଗ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ କୋଡିନେଟର ଦେବାଶିଷ ପୁରୋହିତ, ମ୍ୟାନେଜର ଭାବେ ମୁକ୍ତେଶ୍ଵର ସାହୁ, କୋଚ ଭାବେ ଶତ୍ରୁଜିତ ମହାପାତ୍ର ଯୋଗଦାନ କରିଛନ୍ତି ।

Comments are closed.