ବିଶ୍ବ ଫଟୋଗ୍ରାଫି ଦିବସ ପାଳିତ

ବୌଦ୍ଧ: ବୌଦ୍ଧ ସହର ସ୍ଥିତ ଗେଲ୍ହା ମା’ ମଣ୍ଡପ ପରିସରରେ ବିଶ୍ୱ ଫଟୋଗ୍ରାଫି ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ଏହି ଅବସରରେ ବୌଦ୍ଧ ଜିଲ୍ଲା ଫଟୋଗ୍ରାଫି ୟୁନିଅନ୍ ପକ୍ଷରୁ ଏହି ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି ।ଏଥିରେ ଜିଲ୍ଲା ଫଟୋଗ୍ରାଫିର ୟୁନିଅନର ସାଧାରଣ ସମ୍ପାଦକ ରାଜେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଜିଲ୍ଲାର ତିନୋଟି ବ୍ଲକର ସମସ୍ତ ଫଟୋ ଗ୍ରାଫର ମାନେ ଉପସ୍ଥିତ ରହି ଏହି ଫଟୋଗ୍ରାଫି ଦିବସ ପାଳନ କରିବା ସହିତ ଫଟୋଗ୍ରାଫି ଉପରେ ଆଲୋଚନା କରିଥିଲେ ।

ଏଥିରେ ବରିଷ୍ଠ  ଫଟୋଗ୍ରାଫର ଭାବେ ସମୀର ସାହୁ, ଦିଲ୍ଲୀପ ବିଶି ଓ ପ୍ରଭାତ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା । ପରେ ଫଟୋଗ୍ରାଫି ମହାସଂଘ ଅଫ୍‌ ଓଡ଼ିଶାର ନଭେମ୍ବର ମାସରେ ହେବାକୁ ଥିବା ଏକଯିବିସନର ପୋଷ୍ଟର ଉନ୍ମୋଚିତ ହୋଇଥିଲା । ସୁନିଲ ନନ୍ଦ, ମିହିର ଚାନ୍ଦ, ସୁବ୍ରତ ରାଜ, ଚିତ୍ତ ରଞ୍ଜନ ପ୍ରଧାନ, ଫକୀର ପ୍ରଧାନ ଏବଂ ଜିଲ୍ଲାର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

Comments are closed.