୩୪ତମ ବିଦ୍ୟାଳୟ ବିଜ୍ଞାନ ମେଳା ଅନୁଷ୍ଠିତ

ବୌଦ୍ଧ: ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ୩୪ତମ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟଅତିଥି ଭାବରେ ଡେପୁଟି କଲେକ୍ଟର ଝରଣା ପ୍ରଧାନ ଯୋଗଦେଇ ମେଳାକୁ ଉଦଘାଟନ କରିବା ସହିତ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ । ପ୍ରଧାନଆଚାର୍ଯ୍ୟ ଧରଣୀଧର ପରିଡା ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଛାତ୍ରୀ ସୁଶ୍ରୀ ରାଜଶ୍ରୀ ମହାପାତ୍ର ସଙ୍ଗୀତ ପରିବେଷଣ କରିଥିଲେ । ଅନ୍ୟତମ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାକକିଶୋର ମହାରଣା, ସଂପାଦକ ସାର ପ୍ରଧାନ, ଯୁଗ୍ମ ସଂପାଦକ ସନ୍ତୋଷ ପୁରୋହିତ ଓ କୋଷାଧ୍ୟକ୍ଷ ରାଜେନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ ।

ମେଳାରେ ପ୍ରାକ୍‌ ଶିଶୁ ବର୍ଗ, ଶିଶୁ ବର୍ଗ, ବାଲ ବର୍ଗ, କିଶୋର ବର୍ଗରେ ପ୍ରାରମ୍ଭରୁ ୧୦ମ ପର୍ଯ୍ୟନ୍ତ ୨୧୦ ଜଣ ଶିଶୁ ଭାଇ ଭଉଣୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ୧୨ ଜଣ ଶିଶୁ  ଭାଇ ଭଉଣୀଙ୍କୁ ବିଭିନ୍ନ ବିଭାଗରୁ ପ୍ରଥମ ସ୍ଥାନରେ ସ୍ଥାନିତ ହୋଇ ସଙ୍କୁଳ ସ୍ତରୀୟ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଥିଲେ । ବିଚାରକ ଭାବରେ ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସତ୍ୟ ନାରାୟଣ ସ୍ୱାଇଁ, କାର୍ତ୍ତୟନୀ ପାଢୀ ଓ ସଞ୍ଜୀବ କୁମାର ପ୍ରଧାନ ସହଯୋଗ କରିଥିଲେ । ପୂର୍ବତନ ଛାତ୍ର କେତନ କୁମାର ଅଗ୍ରୱାଲା ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରି ଉତ୍ସାହିତ କରିଥିଲେ ।

Comments are closed.