ଖୋଲିଲା ଏସିଆ ମହାଦେଶର ପ୍ରସିଦ୍ଧ ବୌଦ୍ଧ ମନ୍ଦିର

କୋଭିଡ୍‌ କଟକଣା ମାନି ବୌଦ୍ଧ ମନ୍ଦିର ପରିଦର୍ଶନ କଲେ ପର୍ଯ୍ୟଟକ

ମୋହନା: ଗଜପତି ଜିଲା ମୋହନା ବ୍ଳକ୍ ଅନ୍ତର୍ଗତ ଜିରାଙ୍ଗସ୍ଥିତ ଏସିଆ ମହାଦେଶର ପ୍ରସିଦ୍ଧ ବୌଦ୍ଧ ମନ୍ଦିର। ନୂଆ ବର୍ଷ ଅବସରରେ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିବା ଏହି ମନ୍ଦିର ଦୀର୍ଘ ୯ ମାସଧରି ବନ୍ଦ ରହିଥିଲା। ଗଜପତି ଜିଲା ପ୍ରଶାସନ ତରଫରୁ ନିର୍ଦେଶ ପାଇବାପରେ ଏହି ପ୍ରସିଦ୍ଧ ମନ୍ଦିରକୁ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯାଇଛି।


କରୋନା କଟକଣା ଯୋଗୁ ବନ୍ଦ ରହିଥିବା ମନ୍ଦିରକୁ ନୂତନ ବର୍ଷର ଆଗମନରେ ଖୋଲାଯିବା ପରେ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳୁଛି। ଏଠାକାର ସୁନ୍ଦର କାରୁକାର୍ଯ୍ୟ ଓ ମନଲୋଭା କିର୍ତ୍ତୀରାଜି ପର୍ଯ୍ୟଟକଙ୍କୁ ଆକର୍ଷଣୀୟ କରିପାରୁଥିବାରୁ ଏଠାରେ ବର୍ଷର ପ୍ରାୟ ପ୍ରତ୍ୟକ ସମୟରେ ଜନ ଗହଳି ଦେଖିବାକୁ ମିଳେ।
ଗଜପତି ଜିଲା ପ୍ରଶାସନ ପକ୍ଷରୁ ଗତ ଅକ୍ଟୋବର ମାସରେ ମନ୍ଦିର ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲେ ମଧ୍ୟ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ପରିଚାଳନା କମିଟିର ନିଷ୍ଠତ୍ତି ଅନୁଯାୟୀ ମନ୍ଦିରକୁ ପ୍ରବେଶ ବନ୍ଦ ରଖାଯାଇଥିଲା। ୨ ମାସ ବନ୍ଦ ରହିବାପରେ ନୂତନ ବର୍ଷରେ ମନ୍ଦିର ଖୋଲାଯିବା ଯୋଗୁଁ ଗଜପତି ଜିଲା ସମେତ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳୁଛି।

କମିଟିର ନିର୍ଦେଶ ଅନୁଯାୟୀ ମାସ୍କ ପରିଧାନ, ସାନିଟାରଜର ବ୍ୟବହାର ଓ ସାମାଜିକ ଦୂରତା ରକ୍ଷାକରି ୨୦ରୁ ୨୫ଜଣ ଆଗନ୍ତୁକଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶର ଅନୁମତି ପ୍ରଦାନ କରାଯାଉଛି। ସାଧାରଣ ଲୋକେ କରୋନା କଟକଣା ଓ କମିଟିର ନିର୍ଦେଶକୁ ମାନି ବୌଦ୍ଧ ମନ୍ଦିରକୁ ଦର୍ଶନ କରି ଆନନ୍ଦ ଉପଭୋଗ କରୁଥିବା କହିଛନ୍ତି।

Comments are closed.