କଣ୍ଟାମାଳ ଗଞ୍ଜେଇ ସାମ୍ରାଜ୍ୟରେ ନୂଆ ଖୁଲାସା, ଚାଲିଛି ଦେହ କାରବାର

କଣ୍ଟାମାଳ: ସଂପ୍ରତି ଗଞ୍ଜେଇ କାରବାରକୁ ନେଇ ବେଶ ଚର୍ଚ୍ଚାରେ ରହିଥିବା ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ ବ୍ୟବସାୟ ସହ କିପରି ଦେହ କାରବାର ହେଉଛି ତାହାରି ଏକ ବଡଧରଣର ଖୁଲାଶା କରିଛି କଣ୍ଟାମାଳ ପୋଲିସ। ଗଞ୍ଜେଇ କାରବାରରେ ସଂପୃକ୍ତ ଯୁବଗୋଷ୍ଠୀ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ପରେ କିଭଳି ଆୟସ କରନ୍ତି ପ୍ରଚୁର ମଦପାଣି ପିଇ ନୂଆ ନୂଆ ଝିଅକୁ ଆଣି ଉପଭୋଗ କରନ୍ତି ତାହା ଗତକାଲି ରାତିରେ କଣ୍ଟାମାଳ ପୋଲିସ ଖୁଲାସା କରିବା ସହ ଏଭଳି ଦେହ କାରବାରରେ ସଂପୃକ୍ତ ଜୈନିକ ଯୁବକ ଏବଂ ଦେହ ବ୍ୟବସାୟୀକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି।

ଗତକାଲି ବିଳମ୍ବିତ ରାତିରେ ପୋଲିସ ପେଟ୍ରୋଲିଂ ଚାଲିଥିବା ବେଳେ କଣ୍ଟାମାଳ-ମନମୁଣ୍ଡା ୪୧ ନଂ ରାଜ୍ୟ ରାଜପଥର ରୁଣ୍ଡିମହୁଲ ନିକଟରେ ଏହି ଦେହ ବ୍ୟବସାୟ ଚାଲିଥିବା ବେଳେ ଚଢାଉ କରି ଜଣେ ଯୁବକ ଓ ଯୁବତୀକୁ ଧରିବାରେ ସଫଳ ହୋଇଥିବା ବେଳେ ଅନ୍ୟମାନେ ଘଟଣାସ୍ଥଳରୁ ଫେରାର ମାରିଥିଲେ। ଆଜି କଣ୍ଟାମାଳ ଥାନା କେଶ ନଂ ୧୦୧/୧୨.୮.୨୦୨୧ରେ ମକଦ୍ଦମା ଋଜ୍ଜୁ କରାଯାଇ ଆସାମୀ ଜଗୁ ସାହୁ (୨୫ ବର୍ଷ)କୁ କୋର୍ଟ ଚାଲାଣ କରିବା ସହ ଓ କେନ୍ଦୁଝରରୁ ଆସି ଏଭଳି କୁକର୍ମରେ ଲିପ୍ତ ଥିବା ଯୁବତୀ ସୁନୀତା (ଛଦ୍ମନାମ)କୁ ବୌଦ୍ଧସ୍ଥିତ ସ୍ୱଧାରକୁ ପଠାଇ ଦିଆ ଥିବା ଜଣାଯାଇଛି। ଘଟଣାକୁ ନେଇ ପୋଲିସ ଇମ ମୋରାଲ ଟ୍ରାଫିକିଂ ଆକ୍ଟ ୩,୪,୫,୭ରେ ମକଦ୍ଦମା ଋଜ୍ଜୁ କରିଥିବା ବେଳେ ଆଇ.ଆଇ.ସି ଅଶ୍ୱିନୀ ଭିତିରିଆ ଏହାରି ତଦନ୍ତ ଭାର ନେଇଥିବା ପ୍ରକାଶ।

Comments are closed.