ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ୪୪ତମ ପ୍ରତିଷ୍ଠା ଦିବସ ପାଳିତ

ବୌଦ୍ଧ: ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ୪୪ ତମ ପ୍ରତିଷ୍ଠା ଦିବସ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ବିଧାୟକ ପ୍ରଦିପ ଅମାତ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ତଥା ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଏନସି ଜ୍ୟୋତିରଂଜନ ନାଏକ ଯୋଗ ଦେଇଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ଅମାତ ଅନ୍ୟ ଅତିଥିମାନଙ୍କ ଗହଣରେ ମହାବିଦ୍ୟାଳୟର ସୁରକ୍ଷା ପାଚେରୀ ଭିତିପ୍ରସ୍ତର ସ୍ଥାପନ କରିଥିଲେ।

ମହାବିଦ୍ୟାଳୟ ପରିସରରେ ସ୍ଥାପିତ ଭଗବାନ ଶ୍ରୀ ଗଣେଷ, ଭଗବାନ ବୁଦ୍ଧ ଏବଂ ପ୍ରତିଷ୍ଠାତା ସ୍ୱର୍ଗତ ନଟବର ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଯୋଗଦେଇଥିଲେ। କରୋନା କଟକଣା ଯୋଗୁଁ ନିରାଡମ୍ବର ଭାବରେ ଏହି ଉତ୍ସବ ପାଳନ କରାଯାଇଛି।

Comments are closed.