ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତିରେ ସମୟସୀମା କୋହଳ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ବୌଦ୍ଧ: ରାଜ୍ୟର ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିୟଡକୁ କମ କରାଯାଇଛି। ଏହାଦ୍ୱାରା ରାଜ୍ୟର ୬୩୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇପାରିବେ। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବାଦ୍ୱାରା ଲେଭେଲ-୫(ଏ)ରେ ଥିବା ୨୯୭୫୯ ଜଣ ସହକାରୀ ଶିକ୍ଷକ ଲେଭେଲ-୫(ବି)କୁ ପଦୋନ୍ନତି ପାଇବେ ଏବଂ ଲେଭେଲ-୫(ବି)ରେ ଥିବା ୨୯୭୫୯ ଜଣ ବରିଷ୍ଟ ଶିକ୍ଷକ ଲେଭେଲ-୪କୁ ପଦୋନ୍ନତି ପାଇବେ। ଏହା ସହିତ ଲେଭେଲ-୪ରେ ଥିବା ୩୭୮୫ ଜଣ ପ୍ରଧାନଶିକ୍ଷକ ସେପ୍ଟେମ୍ବର ମାସ ସୁଦ୍ଧା ଲେଭେଲ-୩କୁ ପଦୋନ୍ନତି ପାଇବେ ଲେଭେଲ-୫(ବି)ରେ ଥିବା ସହକାରୀ ଶିକ୍ଷକଙ୍କ ପାଇଁ ରେସିଡେନ୍ସି ପିରିୟଡକୁ ଏକ ବର୍ଷରୁ ଛଅମାସକୁ ଏବଂ ଲେଭେଲ-୪ରୁ ଲେଭେଲ-୩କୁ ପଦୋନ୍ନତି ପାଇବା ପାଇଁ ରେସିଡେନ୍ସି ପରିୟଡ ସମୟସୀମା ଦୁଇବର୍ଷରୁ ଏକବର୍ଷ କରାଯାଇଛି।

ଏହି ଐତିହାସିକ ଘୋଷଣା ପାଇଁ ବୌଦ୍ଧ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଜିଲ୍ଲା ସଭାପତି ଦିଲ୍ଲୀପ କୁମାର ପ୍ରଧାନ ଏବଂ ସମ୍ପାଦକ ଶ୍ରୀନିବାସ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହାସହ ରାଜ୍ୟ ସଂଘର ନିଷ୍ଠାପର ଉଦ୍ୟମ ପାଇଁ ସଭାପତି ହୃଦାନନ୍ଦ ଦ୍ୱିବେଦୀ ଏବଂ ମହାସଚିବ ଅମୀୟ କୁମାର ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Comments are closed.