MEllora 950×100

ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ବୌଦ୍ଧ ଜିଲାର ୨୮୧ ଜଣ ପ୍ରତିଯୋଗୀ

ବୌଦ୍ଧ: ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ଓଡିଶା ରାଜ୍ୟ ଶିଶୁକଲ୍ୟାଣ ପରିଷଦ ଓ ଜିଲା ପ୍ରଶାସନ ଏବଂ ଜିଲା ଶିଶୁ ସୁରକ୍ଷା ୟୁନିଟ ବୌଦ୍ଧ ଦ୍ୱାରା ଆଯୋଜିତ ଏହି କାଯ୍ୟକ୍ରମକୁ ଜିଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନା ଉଦଘାଟନ କରିଥିଲେ ଓ ଶିଶୁମାନଙ୍କ ମଧ୍ୟରେ ଥିବା ଲୁକାୟିତ କଳାର ପରିପ୍ରକାଶକରିବା ପାଇଁଏହା ଏକ ସୁଯୋଗ ସୃଷ୍ଠି ହୋଇଛି ବୋଲି କହିଲେ ଓ ସମସ୍ତ ଶିଶୁ ନିଜେ ପ୍ରୟାସ କରି ପ୍ରତିଯୋଗିତାରେ ଭାଗ ନେଇ ସେମାନଙ୍କର ପ୍ରତିଭାକୁ ଚିତ୍ରାଙ୍କନ ମାଧ୍ୟମରେ ପରିପ୍ରକାଶ କରିବାକୁ କହି ସେମାନଙ୍କୁସୁଭକାମନା ଦେଇଥିଲେ। ଅନ୍ୟତମ ଅତିଥି ଭାବରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ସାକ୍ଷୀଗୋପାଳ ପ୍ରଧାନ ଯୋଗଦେଇ ଶିଶୁମାନଙ୍କ ପାଇ ଁଏହା ଏକ ଭଲ ପ୍ରୟାସ ଏବଂ ଶିଶୁମାନେ ପ୍ରତିଯୋଗିତାରେ ଭାଗନେଇ ସେମାନଙ୍କର ଅଂଶଗ୍ରହଣ କରିବାର ଅଧିକାରକୁ ସୁନିଶ୍ଚିତ କରିଥିବା କହିଥିଲେ। ଶିଶୁ ସୁରକ୍ଷା ୟୁନିଟର ପ୍ରୋଗ୍ରାମ ଅଫିସର ସୁଶାନ୍ତ ଭୋଇ ସ୍ୱାଗତଭାଷଣ ଓ ଅତିଥୀ ପରିଚୟ ଦେଇଥିଲେ। ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଳ ପ୍ରଧାନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ନିୟମାବଳି ଓ ଚିତ୍ରାଙ୍କନ ପ୍ରତିଯୋଗିତା ବିଷୟରେ ଆଲୋକପାତ କରିଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଶିଶୁ ପ୍ରତିନିଧି ପ୍ରୟାସ ପ୍ରତିକ ପାଣିଗ୍ରାହୀ ଯୋଗଦେଇ ଶିଶୁମାନଙ୍କ ପାଇଁ ଏହିପରି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଜିଲା ପ୍ରଶାସନକୁ ଧନ୍ୟବାଦ ଦେଇଥିଲେ। ଅତିଥୀ ମାନେ ଏକ ସୁନ୍ଦର ଚିତ୍ରାଙ୍କନ ଅଙ୍କନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ର ବିଭିନ୍ନ ସ୍କୁଲରୁ ୨୮୧ ଜଣ ଶିଶୁ ଅଂଶଗ୍ରହଣ କରିଥିଲେ। କୃତୀ ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରିୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ଏବଂ ଜିଲ୍ଲାସ୍ତରରେ ମଧ୍ୟ ସମ୍ମାନିତ ହେବୋ ଏହି କାର୍ଯ୍ୟକ୍ରମରେ ପରିଦର୍ଶକ ଭାବେ ସର୍ବଶିକ୍ଷା ଅଭିଯାନର ସି.ଆର.ସି.ସି ନିଯୋଜିତହୋଇଥିଲେ। କେନ୍ଦ୍ରୀୟ ବିଦ୍ୟାଳୟର କର୍ମଚାରୀ ଓ ଶିଶୁ ସୁରକ୍ଷା ୟୁନିଟର ରାଜେନ୍ଦ୍ର ମଲ୍ଲିକ, ସହଦେବ ନାଏକ, ବସନ୍ତ ଦିଶିରି, ଚିତ୍ରସେନ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗକରିଥିଲେ। ପରିଶେଷରେ କେନ୍ଦ୍ରିୟ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଦିପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.