୬୦ କିଲୋ ଗଂଜେଇ ଜବତ

ବୌଦ୍ଧ: ସୋମବାର ବିଳମ୍ବିତ ରାତ୍ରିରେ ବାଉଁଶୁଣୀ ପୋଲିସ ୬୦ କିଲୋ ଗଂଜେଇ ଜବତ କରିଛି। ପୋଲିସ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ବାଉୁଁଶୁଣୀ ଥାନା ବହିରା ଜୁରାମୁଣ୍ଡା ରାସ୍ତାର ସଦେଇପୁର ଛକନିକଟରେ ଗଂଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ସଂପର୍କରେ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ବାଉଁଶୁଣୀ ଥାନା ଅଧିକାରୀ ସୁବାଶ ଚନ୍ଦ୍ର ରାୟଗୁରୁଙ୍କ ନେତୃତ୍ୱରେ ଏକ ଟିମ ସେଠାରେ ପହଞ୍ଚି ଚଢାଉ କରିଥିଲା। ଗଂଜେଇ ଚାଲାଣକାରୀମାନେ ପୋଲିସକୁ ଦେଖି ଗଂଜେଇ ଛାଡି ଫେରାର ହେବାରେ ସଫଳ ହୋଇଥିବାବେଳେ ସେହି ସ୍ଥାନରୁ ଦୁଇଗୋଟି ବସ୍ତାରେ ଥିବା ୬୦ କିଲୋ ଗଂଜେଇ ପୋଲିସ ଜବତ କରିଥିଲା।

ବୌଦ୍ଧ ଅତିରିକ୍ତ ତହସିଲଦାର ତ୍ରିଦେବ ରଥଙ୍କ ଉପସ୍ଥିତିରେ ଜବତ ଗଂଜେଇକୁ ସିଲ କରାଯିବା ସହିତ ବାଉଁଶୁଣୀ ଥାନା କେସ ନମ୍ବର ୧୨୫/୨୧ ରେ ଏକ ମାମଲା ରୁଜୁ କରି ପୋଲିସ ଗଂଜେଇ ଚାଲାଣକାରୀମାନଙ୍କ ସଂପର୍କରେ ତଦନ୍ତ କରୁଥିବା ଜଣାଯାଇଛି।

Comments are closed.