ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ପୁରାତନ ଦସ୍ତାବିଜ ପ୍ରଦର୍ଶନୀ

ବୌଦ୍ଧ: ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ବୌଦ୍ଧ ଜିଲା ସଂଗ୍ରହାଳୟଠାରେ ଏକ ପୂରାତନ ଦସ୍ତାବିଜ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଯୁବ ଗବେଷକ ତଥା ସଂଗ୍ରାହକ ସତ୍ୟ ନାରାୟଣ ପାଣିଙ୍କ ଦ୍ୱାରା ଆୟୋଜିତ ଏହି ପ୍ରଦର୍ଶନୀରେ ବୌଦ୍ଧ ଗଡ଼ଜାତ ଶାସନର ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ସହିତ ସ୍ୱାଧନତା ସଂଗ୍ରାମୀମାନଙ୍କ ତଥ୍ୟ, ପ୍ରଜା ଆନ୍ଦୋଳନ, ପୂରାତନ ବୌଦ୍ଧ ଗଡ଼ଜାତର ମାନଚିତ୍ର, ଗଡ଼ଜାତ ଗେଜେଟ, ପୂରାତନ ଉତ୍କଳ ପ୍ରସଙ୍ଗ, ପ୍ରଧାନମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀମାନଙ୍କ ହାତଲେଖା ଚିଠି ଆଦି ପ୍ରଦର୍ଶିତ ହୋଇଥିଲା। ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା,ବୌଦ୍ଧ ତହସିଲଦାର ଦେବୀ ପ୍ରସାଦ ଦାଶ, ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ପୁର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ନିରଞ୍ଜନ ଧଳ ପ୍ରମୁଖ ଉପସ୍ଥିତ ରହି ପୁରୁଣା ଦସ୍ତାବିଜ ପ୍ରଦର୍ଶନୀ ବୁଲି ଦେଖିଥିଲେ।

Comments are closed.