ଓଡ଼ିଶୀ ନୃତ୍ୟଗୁରୁଙ୍କ ଶ୍ରାଦ୍ଧ ଅବସରରେ ରକ୍ତଦାନ ଶିବିର

ବୌଦ୍ଧ: ବୌଦ୍ଧର ଓଡ଼ିଶୀ ନୃତ୍ୟଗୁରୁ ସ୍ୱର୍ଗତ ଭିକାରୀ ନାୟକଙ୍କ ପବିତ୍ର ଶ୍ରାଦ୍ଧବାର୍ଷିକୀ ଅବସରରେ ରାମଲୀଳା ନାଟ୍ୟ ସଂସଦ ପକ୍ଷରୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ୨୩ ଜଣ ସ୍ୱେଛାସେବୀ ରକ୍ତଦାନ କରିଥିଲେ। ସ୍ୱର୍ଗତ ଗୁରୁ ଭିକାରୀ ନାୟକ ଦୀର୍ଘବର୍ଷ ଧରି ବୌଦ୍ଧର ରାମଲୀଳା ଯାତ୍ରା ସହିତ ଜଡିତ ରହିବା ସହିତ ଜଣେ ପ୍ରାଖ୍ୟାତ ଓଡ଼ିଶୀ ନୃତ୍ୟଗୁରୁ ଭାବରେ ଜଣାଶୁଣା ଥିଲେ। ରାମଲୀଳା ନାଟ୍ୟ ସଂସଦର ସଭାପତି ତଥା ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିର ପରିଚାଳନାରେ କାର୍ଯ୍ୟକାରୀ ସଭାପତି ଜୟ ନାରାୟଣ ମହାନ୍ତି, ସଂପାଦକ ମନୋଜ କୁମାର ସାହୁ, ପ୍ରମୋଦ କୁମାର ପ୍ରଧାନ, କାହ୍ନା ମହାପାତ୍ର, ଜଗଦୀଶ ବାରିକ୍‍, ବିଦ୍ୟାଧର ପ୍ରଧାନ, ମାନସ କୁମାର ମିଶ୍ରଙ୍କ ସମେତ ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ।

Comments are closed.