ବୌଦ୍ଧରେ ନୂତନ ଜିଲ୍ଲାପାଳଙ୍କ ଯୋଗଦାନ

ବୌଦ୍ଧ: ବୌଦ୍ଧରେ ନୂତନ ଜିଲାପାଳ ଭାବରେ ସତ୍ୟ ରଞ୍ଜନ ସାହୁ ରବିବାର ଅପରାହ୍ନରେ ଯୋଗଦେଇଛନ୍ତି। ଶ୍ରୀଯୁକ୍ତ ସାହୁ ପୂର୍ବରୁ ମାଧ୍ୟମିକ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିବାବେଳେ ରାଜ୍ୟ ସରକାର ତାଙ୍କୁ ବୌଦ୍ଧ ଜିଲାପାଳ ଭାବରେ ଦାୟିତ୍ୱ ପ୍ରଦାନ କରିଛନ୍ତି। ନବ ନିଯୁକ୍ତ ଜିଲାପାଳ ଶ୍ରୀସାହୁ ଜିଲାରେ ବନ୍ୟା ପରିସ୍ଥିତି ସମୟରେ କାର୍ଯ୍ୟରେ ଯୋଗଦେଇ ତୁରନ୍ତ ସହର ବିଭିନ୍ନ ଅଞ୍ଚଳ ବୁଲି ବନ୍ୟା ପରିସ୍ଥିତି ଦେଖିବା ସହିତ ଜିଲାସ୍ତରୀୟ ଅଧିକାରୀମାନଙ୍କ ଏକ ଜରୂରୀ ବୈଠକ ଡାକି ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଛନ୍ତି। ଏହା ବ୍ୟତୀତ ସ୍ୱାଧୀନତା ଦିବସ ପାଳନ ନେଇ ପ୍ରସ୍ତୁତି ସଂପର୍କରେ ମଧ୍ୟ ଜିଲାପାଳ ଶ୍ରୀସାହୁ ସମୀକ୍ଷା କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରାଙ୍କ ଅନ୍ୟାନ୍ୟ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.